ଘୋର ଅବ୍ୟବସ୍ଥା ଭିତରେ ରସୁଲପୁର ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ
ରିପୋର୍ଟ -ନିରୋଜ କୁମାର ସେଠୀ
ଯାଜପୁର, ତା ୦୩.୦୯.୨୦୨୬ ରିଖ: ଯାଜପୁର ଜିଲ୍ଲା ରସୁଲପୁର ପଞ୍ଚାୟତ ସମିତି ପରିସରରେ ଆଜି ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ୨୦୨୬ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସଶକ୍ତୀକରଣ ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରୀ ସହାୟତାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।
ଏହି ଶିବିରରେ ମୋଟ ୩୧୫ ଜଣ ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜୀକରଣ କରିବା ସହ ଡାକ୍ତରୀ ଦଳ ଦ୍ୱାରା ସେମାନଙ୍କର ମୂଲ୍ୟାଙ୍କନ ଓ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୧୬୫ ଜଣ ଶାରୀରିକ ଭିନ୍ନକ୍ଷମ (OH), ୪୨ ଜଣ ଦୃଷ୍ଟିହୀନ (VI), ୪୨ ଜଣ ଶ୍ରବଣବାଧିତ (HI), ୪୫ ଜଣ ମାନସିକ ଅଗ୍ରସର/ସିପି (MR/CP) ଏବଂ ୨୧ ଜଣ ବହୁବିଧ ଭିନ୍ନକ୍ଷମ (MD) ହିତାଧିକାରୀ ଶିବିରରେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ତୁରନ୍ତ ସହାୟତା ସ୍ୱରୂପ ହିତାଧିକାରୀଙ୍କୁ ୭ଟି ଶ୍ରବଣ ଯନ୍ତ୍ର (Hearing Aid), ୨ଟି ଟ୍ରାଇ-ସାଇକେଲ୍ (Tricycle), ୧ଟି ହୁଇଲ୍ ଚେୟାର୍ (Wheelchair) ଏବଂ ୧୨ ଜଣଙ୍କୁ UDID ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, କୋରେଇଙ୍କ ପ୍ରତିନିଧି ଶ୍ରୀ ପ୍ରହଲ୍ଲାଦ ପଣ୍ଡା, ଧର୍ମଶାଳା ବିଧାୟକଙ୍କ ପ୍ରତିନିଧି ଶ୍ରୀ ତୀର୍ଥରାଜ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜାନକୀ ହେମ୍ବ୍ରମ୍, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରସୁଲପୁର ଶ୍ରୀ ସତ୍ୟାନନ୍ଦ ଦାସ, ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସବୁ କାର୍ଯ୍ଯକ୍ରମ ଭିତର ଜଣେ ବୃଦ୍ଧ ଅଚେତ୍ ହୋଇଯିବା ନଜର କୁ ଆସିଥିଲା , ଅସୁସ୍ଥ ବୃଦ୍ଧ ହେଲେ ଜେନାପୁର ଅଞ୍ଚଳର ଗୌରାଙ୍ଗ ଚରଣ ପାତ୍ର, ବୟସ -୮୦ , ପ୍ରାୟ ୧ଘଣ୍ଟା କାଳ ଅଣ ନିଶ୍ୱାସ ଅବସ୍ଥାରେ ପଡିରହିଲେ, ୧୦୮ ଆମ୍ବୁଲାନ୍ସ ଅପେକ୍ଷାରେ,
ପ୍ରବଳ ଭିଡ଼ ସାଙ୍ଗକୁ ଗୁଳୁଗୁଳି ଗରମ ଅସହ୍ୟ ଥିଲା ଯାହାଫଳରେ ବୃଦ୍ଧ, ବୃଦ୍ଧା ମାନଙ୍କ ପାଇଁ କୌଣସି ସୁବିଧାର ବ୍ୟବସ୍ଥା ନଥିଲା, ଯାହା ଫଳରେ ଜଣେ ବୃଦ୍ଧ କାର୍ଯ୍ଯକ୍ରମ ମଝିରେ ଚେତା ହରାଇବସିଥିଲେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା,କାର୍ଯ୍ୟକ୍ରମ ରେ ଅନେକ ଗୁଡ଼ିଏ ସମସ୍ୟ ଦେଖା ଦେଇଥିଲା ଯେପରି ପିଇବା ପାଣି, ଖାଦ୍ୟ ସମସ୍ୟା, ଫ୍ୟାନ ସମସ୍ୟା ଏହିଭଳି ଅନେକ ସମସ୍ୟା ମଧ୍ୟରେ ଚାଲିଥିଲା କାର୍ଯ୍ଯକ୍ରମ,
