ବାଲିଗୁଡ଼ା NAC ସଭାଗୃହରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ
ବାଲିଗୁଡ଼ା, ୩୧/୮/୨୬:(ନି, ପ୍ର )
ବାଲିଗୁଡ଼ା ଏନ୍ଏସି ପକ୍ଷରୁ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଗୁଡ଼ା NAC ସଭାଗୃହରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ସହରର ସାମଗ୍ରିକ ବିକାଶ, ନାଗରିକ ସେବା, ସ୍ୱଚ୍ଛତା ଓ ମୌଳିକ ସୁବିଧାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। NACର ଜନପ୍ରତିନିଧି, ଅଧିକାରୀ, କାଉନସିଲର, କର୍ମଚାରୀ ଓ ସ୍ଥାନୀୟ ଅତିଥିମାନେ ଯୋଗଦେଇ ସ୍ୱାୟତ୍ତ ଶାସନ ଦିବସର ମହତ୍ତ୍ୱ ଉପରେ ନିଜ ନିଜ ମତ ପ୍ରକାଶ କରିଥିଲେ।
ସହରବାସୀଙ୍କୁ ଉନ୍ନତ ନାଗରିକ ସେବା ଯୋଗାଇବା ସହ ବାଲିଗୁଡ଼ା ସହରର ସାମଗ୍ରିକ ବିକାଶକୁ ଆହୁରି ଗତିଶୀଳ କରିବା ଦିଗରେ NAC ପକ୍ଷରୁ ଆଗାମୀ ଦିନରେ ଅଧିକ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା।
ସ୍ୱାୟତ୍ତ ଶାସନ ଦିବସ ଅବସରରେ “ବିକଶିତ ସହର, ସୁସ୍ଥ ନାଗରିକ ଓ ଉତ୍ତମ ଜନସେବା” ଲକ୍ଷ୍ୟରେ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଭାଗିଦାରି ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।
