ବାଲେଶ୍ୱର/ହେମକାପଡା (ଅମରଦ୍ଵୀପ ସିଂହ) : ବାଲେଶ୍ୱର ଜିଲ୍ଲାର ହେମକାପଡା ଛକରେ ଶୁକ୍ରବାର ରାତିରେ ଘଟିଥିବା ଏକ ଦୁର୍ଘଟନା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୁସଲିମ୍ ସମୁଦାୟ ଦ୍ୱାରା ଏକ ଶାନ୍ତିପୂର୍ଣ୍ଣ ର୍ୟାଲୀ (ଜୁଲୁସ୍) ଚାଲିଥିବା ବେଳେ, ଏକ ଅଟୋ ଚାଳକ ମଦ୍ୟପାନ ଅବସ୍ଥାରେ ଅତ୍ୟଧିକ ଗତିରେ ଗାଡ଼ି ଚାଳାଇ ଗୋଟିଏ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ। ଏହି ଅଚାନକ ଘଟଣା ପରେ ର୍ୟାଲୀରେ ଥିବା ଲୋକମାନେ କ୍ରୋଧିତ ହୋଇପଡ଼ି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଘଟଣା ପରେ କେତେକ ସମୟ ପର୍ଯ୍ୟନ୍ତ ଟ୍ରାଫିକ୍ ବିଘ୍ନିତ ହୋଇଥିଲା ଏବଂ ଅଞ୍ଚଳରେ ଚିନ୍ତାଜନକ ପରିବେଶ ଦେଖାଦେଲା। ଦୁଃଖଦ ଦୁର୍ଘଟନା ପରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଯାଯିଛି।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ହେମକାପଡା ଛକ ରାତି ବେଳେ ଅତ୍ୟଧିକ ଟ୍ରକ୍ ଓ ଡିଫେନ୍ସ ଗାଡ଼ିର ଯାତାୟାତ ମାର୍ଗ ହେବା ସହିତ ବ୍ୟସ୍ତ ରହୁଛି, ଯାହା ଦ୍ୱାରା ନିୟମିତ ଦୁର୍ଘଟନା ଘଟୁଛି। ସ୍ଥାନୀୟ ଲୋକମାନେ ଏହି ଅଞ୍ଚଳରେ ଟ୍ରାଫିକ୍ ପ୍ରଣାଳୀ ସୁଦୃଢ଼ କରିବା ପାଇଁ ପୁଲିସ୍ ଓ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।
ଏଥିପାଇଁ ବାଲେଶ୍ୱର ପୁଲିସ୍ ବିଭାଗ ଦ୍ୱାରା ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ଏହି ଅଞ୍ଚଳରେ ନିୟମିତ ଟ୍ରାଫିକ୍ ନିର୍ଦ୍ଦେଶନା ଦିଆଯିବାର ଆଶା ବ୍ୟକ୍ତ କରାଯାଇଛି।