ଜୟନ୍ତପୁର ମହିମା ମଠରେ ନୂଆଖାଇ ପାଳନ.
(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ)
ଆଜି ଧର୍ମଗଡ଼ ବ୍ଲକ, ଜୟନ୍ତପୁର ଅଲେଖ ମହିମା ମଠରେ ଦଣ୍ଡପାଟ, ଛତିଶଗଡ, ଓ କୋକସରା ଅଂଚଳ ର ଶତାଧିକ ମହିମା ଧର୍ମସ୍ରାଇ ସାଧୂ ଭକ୍ତ ମାନେ ଶ୍ରାବଣ ପୂର୍ଣ୍ଣିମା ପାଳନ ସହିତ ନବାର୍ଣ୍ଣ ଭକ୍ଷଣ କରିଥିଲେ. ଗତ ସନ୍ଧ୍ୟାରେ ସାଧୂ ହରଦାସ ବାବା ଙ୍କ ନେତୃତ୍ୱ ରେ ପ୍ରଥମେ ଅଖଣ୍ଡ ଧୂନି ପ୍ରଜ୍ବଳନ ସହିତ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା.ସାଧୂ ଭକ୍ତ ମାନେ ପ୍ରଥମେ ଜଗତ କଲ୍ୟାଣ, ଦେଶ ରାଜ୍ୟ, ତଥା ସମସ୍ତ ପ୍ରାଣୀ ଜଗତ ର ମଙ୍ଗଳ ପ୍ରାର୍ଥନା କରି ଅଲେଖ ନାମ ଉଚ୍ଚାରଣ କରିଥିଲେ. ଭକ୍ତ ମାନେ ମୁଡ଼ିଆ ଦର୍ଶନ ସହିତ ଅହୋରାତ୍ର ଭଜନ ପ୍ରବଚନ କାର୍ଯ୍ୟକ୍ରମ କରିଥିଲେ. ପରେ ଆଜି ସକାଳ ବ୍ରହ୍ମ ମୁହୂର୍ତ ରେ ପଣା ଦେବାସହ ଯଜ୍ଞ ଉଦଜାପନ କରାଯାଇଥିଲା. ପରେ ପରେ ସମସ୍ତ ସାଧୂ ଭକ୍ତ ମାନେ ମିଳିତ ଭାବେ ନବାର୍ଣ୍ଣ ଭକ୍ଷଣ କରିଥିଲେ. ଏହି ମଠ 1950 ମସିହାରେ ପ୍ରତିଷ୍ଠା ହୋଇ ଆଜି ପର୍ଯ୍ୟନ୍ତ ତାର ଧର୍ମ ଧାରା ବଜାଇ ରଖିଛି. ଆଜିର ଏହି କାର୍ଯ୍ୟକ୍ରମରେ ବଡ଼ଭାଇ-ହରି ଭକ୍ତ, ଅଧିକାରୀ- ପରମାନନ୍ଦ ଭକ୍ତ, ସମ୍ପାଦକ- ପବିତ୍ର ଭକ୍ତ, ବୟୋଜ୍ୟେଷ୍ଠ -ତ୍ରିନାଥ ଭକ୍ତ, ବୈକୁଣ୍ଠ ଭକ୍ତ, ଧୂଳିଆ ଭକ୍ତ, ହରିଭକ୍ତ, ଗୋଲାପ ଭକ୍ତ, ଦଶରଥ ଭକ୍ତ, ଡମ୍ବରୁ ଭକ୍ତ, ଜୟଦେବ ଭକ୍ତ, ସଭାପତି – ଦିଗାମ୍ବର ଭକ୍ତ, ଜହରଲାଲ ଭକ୍ତ, ଜଗନ୍ନାଥ ଭକ୍ତ, ସହିତ ଗ୍ରାମବାସୀ ମଧ୍ୟରେ, ଜିତେନ୍ଦ୍ରିୟ ନାଏକ, ଯୁବରାଜ ନାଏକ, ମହେଶ୍ୱର ନାଏକ, ଯୁଧିଷ୍ଠିର ମେହେର, ଦୁର୍ଯ୍ୟୋଧନ ମେହେର ଆଦି ଅନେକ ଲୋକ ସାହାଯ୍ୟ କରିଥିଲେ.
