ବାଲିଗୁଡା ଶିକ୍ଷାନିକେତନ ବିଦ୍ୟାଳୟ ପକ୍ଷରୁ BSF କ୍ୟାମ୍ପରେ ରାକ୍ଷୀ ବନ୍ଧନ
ବାଲିଗୁଡ଼ା: ୨୭/୮ ପବିତ୍ର ରାକ୍ଷୀ ବନ୍ଧନ ଅବସରରେ ଶିକ୍ଷାନିକେତନ ବିଦ୍ୟାଳୟ ପକ୍ଷରୁ BSF କ୍ୟାମ୍ପରେ ଭାଇ-ଭଉଣୀର ସ୍ନେହ ଓ ସୁରକ୍ଷାର ପ୍ରତୀକ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ପାଳିତ ହୋଇଛି।
ବିଦ୍ୟାଳୟର ଛାତ୍ରୀମାନେ BSF ଯବାନମାନଙ୍କୁ ରାକ୍ଷୀ ବାନ୍ଧି ଦେଶର ସୁରକ୍ଷା ପାଇଁ ସେମାନଙ୍କ ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇଥିଲେ। ଏହି ଅବସରରେ ୧୩୬ ବିଏନ୍ BSFର ଯବାନ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଭାଇ-ଭଉଣୀର ସ୍ନେହ ସହ ଦେଶର ସୁରକ୍ଷାରେ ନିୟୋଜିତ ଯବାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତାର ଭାବ ପ୍ରକାଶ ପାଇଥିଲା। ❤️🇮🇳
“ରାକ୍ଷୀର ସୂତାରେ ସ୍ନେହ, ସମ୍ମାନ ଓ ଦେଶରକ୍ଷକଙ୍କ ପ୍ରତି କୃତଜ୍ଞତା।”
