**କୋମନା ତହସିଲଦାର ସର୍ବେଶ୍ୱର ଜାଲ କାର୍ଯ୍ୟରୁ ନିଲମ୍ବିତ,*
ନୂଆପଡା(ମିଖାଏଲ ନନ୍ଦ)
ତା-୨୬/୦୮
ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ, ଦୁର୍ନୀତି ଘଟଣା ରେ କାହାରିକୁ ଛଡା ଯିବ ନାହିଁ* କୋମନା ତହସିଲଦାର ସର୍ବେଶ୍ୱର ଜାଲ କାର୍ଯ୍ୟରୁ ନିଲମ୍ବିତ,
ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ, ଦୁର୍ନୀତି ଘଟଣା ରେ କାହାରିକୁ ଛଡା ଯିବ ନାହିଁ ବୋଲି ସରକାର ଘୋଷଣା। କୋମନା ସବ ରେଜିରଷ୍ଟାର ଅଫିସ ରେ ଜମି ଜାଲିଆତି ମାମଲା, ଜମି ଚୋରି ଘଟଣା ରେ କୋମନା ତହସିଲଦାର ସର୍ବେଶ୍ୱର ଜାଲ ନିଲମ୍ବନ ହୋଇଛନ୍ତି। ଏହା ପୂର୍ବରୁ ଏ ଆର ଆଇ ଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିବା ବେଳେ , ଡାଟା ଏଣ୍ଟ୍ରି ଅପରେଟର ଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଥିଲା । କୋମନା ବ୍ଲକ ଅନ୍ତର୍ଗତ ଚାନ୍ଦୋପଲା ଗାଁର ସତ୍ୟ ନାରାୟଣ ପ୍ରଧାନୀଙ୍କ ନାମ ରେ ଚାନ୍ଦୋପଲା ମୋଜା ଚାରି ଏକର ୪୦ ଡେସି ମିଲ ଚାଷଜମି ଥିଲା । ସତ୍ୟନାରାୟଣ ଫସଲବୀମା ପାଇଁ ଚାଷଜମି ପଟ୍ଟା ଧରି ସମବାୟ ସମିତିକୁ ଯାଇଥିଲେ। ସେଠି ଜାଣିବାକୁ ପାଇଲେ ଯେ, ତାଙ୍କ ନାଁରେ ଚାଷଜମି ନାହିଁ, ସବୁ ବିକ୍ରି ହୋଇଯାଇଛି । ଚାଷଜମି ଖାତା ନଂ ୧୭୮/୩୮୧, ୧୭୮/୩୮୨ ଓ ୧୭୮/୩୮୩କୁ ପ୍ରକୃତ ଜମିମାଲିକ ସତ୍ୟନାରାୟଣଙ୍କ ଅଜାଣତରେ କେହି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପଟେ ସେହି ଚାଷଜମି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳର ପର୍ଶୁରାମ ପାଢ଼ୀ, ପାଟଣାଗଡ଼ର ସଂଜୟ କୁମାର ଅଗ୍ରୱାଲ ଓ ରାମପୁର ଅଞ୍ଚଳର ବୀରେନ୍ଦ୍ର ସରାଫ କିଣିଥିବା ଜଣାପଡ଼ିଥିଲା ।
