ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ଢ଼େଙ୍କାନାଳ ଜିଲ୍ଲା ଓଡାପଡ଼ା ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଘଟିପିରି,ଗୋବିନ୍ଦପ୍ରସାଦ,କଳାଙ୍ଗ ଏବଂ କୋତ୍ତମ ପଞ୍ଚାୟତ ୬୫୦ରୁ ଉର୍ଦ୍ଧ ଚାଷୀ ଧାନ ଦେଇଥାନ୍ତି। ଚଳିତ ବର୍ଷ ସରକାର ଏଗ୍ରୀଷ୍ଟାକ୍ ଅନିୟମ କୋହଳ କରିବାରେ ୪୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟ ସରିଛି। ଆଉ କିଛି ଚାଷୀଙ୍କର ପଞ୍ଜିକରଣ କରିବାର ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ଏବଂ ସମ୍ପାଦକଙ୍କ ମଧ୍ୟରେ ବଚସା ହୋଇଥିଲା। ଜିଲ୍ଲା ସମବାୟ କାର୍ଯ୍ୟାଳୟ ଏ ସମ୍ପର୍କରେ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରିବା ପାଇଁ ଏସ ଆର ସିଏସ ଏବଂ ବିଭାଗୀୟ ଅଧିକାରୀ ପହଞ୍ଚି ଥିଲେ। ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଆଜି ପହଞ୍ଚି ଥିଲେ ସେଠାରେ ସଭାପତି ଏବଂ ସମ୍ପାଦକ ଅଭିଯୋଗକାରୀ ଚାଷୀମାନଙ୍କ ସହିତ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ହୋଇ ଥିବା ଅଭିଯୋଗ ଗୁଡ଼ିକର ପୁଙ୍ଖାନୁ ପୁଙ୍ଖ ଭାବରେ ତଦନ୍ତ କରିଛନ୍ତି। ଏବଂ ଏହାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଏସ ଆର ସିଏସ କହି ଥିଲାବେଳେ ତୁରନ୍ତ ତଦନ୍ତ କରି ସମ୍ପାଦକଙ୍କୁ ବହିଷ୍କାର କରାଯିବ ନଚେତ ଚାଷୀମାନେ ନିଆଁ ଜଳିବ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ। ଏସମ୍ପର୍କରେ ସଭାପତି ଏବଂ ସମ୍ପାଦକ ସରକାରଙ୍କ ନୀତିନିୟମ ଅନୁଯାୟୀ ପଞ୍ଜିକରଣ କାର୍ଯ୍ୟ ଚାଲୁଥିଲା ପ୍ରକାଶ କରିଛନ୍ତି। ହେଲେ ଏଥି ପ୍ରତି ବିଭାଗ କି ପ୍ରକାର ପଦକ୍ଷେପ ନେଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
