ନିଶାମୁକ୍ତ ଓ ସାଇବର ସୁରକ୍ଷା କାର୍ଯ୍ୟକ୍ରମ
ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରଶ ବିଭାଗ ଓ ହରଭଙ୍ଗା ଥାନାର ମିଳିତ ସହଯୋଗରେ ହରଭଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଶାମୁକ୍ତ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ତା. ୨୪.୦୮.୨୦୨୬ ରିଖରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପ୍ରହରାଜ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ହରଭଙ୍ଗା ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଶାମୁକ୍ତ ଓ ସାଇବର ସୁରକ୍ଷା ବାବଦରେ ଅବଗତ କରାଇ କିଭଳି ଏକ ସୁସ୍ଥ ବାତାବରଣ ଓ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା,କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଅଧ୍ୟାପିକା ଉଷାରଣୀ ସାହୁ ମଞ୍ଚ କୁ ପରିଚାଳନା କରିଥିଲେ ଓ ଶେଷର ଅଧ୍ୟାପିକା ମିଲିରାଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
