ସାଂସଦ ଓ ମୁଖ୍ୟ ସଚେତକ ଙ୍କ ବୌଦ୍ଧ ଜ଼ିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ (କୃଷ୍ଣ ସିଂହ ଙ୍କ ରିପୋର୍ଟ
ବୌଦ୍ଧ 23.8.2026 ସାଂସଦ ମାନ୍ୟବର ସୁକାନ୍ତ ପାଣିଗ୍ରାହୀ ଓ ମୁଖ୍ୟସଚେତକ ମାନ୍ୟବର ସରୋଜ ପ୍ରଧାନ ବୌଦ୍ଧ ଜ଼ିଲ୍ଲା ର ହରଭଙ୍ଗା ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ବିରନରସିଂହପୁର ସ୍ଥିତ ବାଳାଶ୍ରମ ପରିଦର୍ଶନ କରି ଅନ୍ତେବାସୀ ଙ୍କ ସହ ମିଶି ତାଙ୍କ ସୁଖ ଦୁଃଖ ରେ ସାମିଲ ହୋଇଥିଲେ। ବଡ଼ବନ୍ଧ ଗୋପବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ ଓ ପିଲାଙ୍କ ଭଲ ମନ୍ଦ ବୁଝିଥିଲେ ପରେ ହରଭଙ୍ଗା ଧଳପୁର ରାସ୍ତା ର ନିର୍ମାଣ ସ୍ଥାନ କୁ ଯାଇ ବିଭଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟ କ୍ରମ ରେ ମାନ୍ୟବର ଜ଼ିଲ୍ଲାପାଳ ବିଭୁତିଭୂଷଣ ନାଏକ ଓ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।
