ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ରେ ବୌଦ୍ଧ ଜ଼ିଲ୍ଲା ୪ ବିଭିନ୍ନ ଶୈବ ପୀଠ ରେ ମାନସିକ ଧାରୀ ଭକ୍ତ ଓ ବୋଲ ବମ କାଉଡିଆ ଙ୍କ ଲମ୍ବା ଧାଡି (କୃଷ୍ଣ ସିଂହ ଙ୍କ ରିପୋର୍ଟ )
ବୌଦ୍ଧ 24.8.2026 ଆଜି ପୁଣ୍ୟ ଶ୍ରାବଣ ମାସ ର ଶେଷ ସୋମବାର । ଦେବ ଦେବ ମହାଦେବ ଙ୍କ ଲିଙ୍ଗ ରେ ଜଳ ଲାଗି କଲେ ମନସ୍କାମନା ପୂରଣ ହୁଏ ଏହି ବିଶ୍ୱାସ ନେଇ ମାନସିକ ବ୍ରତାଧାରୀ ଓ କାଉଡିଆ ମାନେ ବିଭିନ୍ନ ଶୈବ ପୀଠ କୁ ଜଳ ଲାଗି ପାଇଁ ବହୁତ କାଷ୍ଟା ରେ ଶିବ ମନ୍ଦିର କୁ ପବିତ୍ର ଜଳ ଧରି ଯାଇଥାନ୍ତି । ଜ଼ିଲ୍ଲା ର ପ୍ରମୁଖ ଶୈବ ପୀଠ ମଧ୍ୟରେ ହରଭଙ୍ଗା ର ବାବା ଆଦେଶ୍ୱର ମନ୍ଦିର, ଛତ୍ରଙ୍ଗ ର ଚନ୍ଦ୍ରଶଖର ମନ୍ଦିର ରାମଗଡ଼ ଓ ଚାରିଛକ ର ବାବା କେଦାରଶ୍ୱର ମନ୍ଦିର ତଳଗାଁ ର ନୀଳକଣ୍ଠଶ୍ୱରେ ମନ୍ଦିର କୁସଙ୍ଗ ର ଶିବମନ୍ଦିର ରେ ପ୍ରବଳ ଗହଳି ଦେଖଦେଇଛି। ଶିବ ସତ୍ୟ ଶିବ ଓ ସୁନ୍ଦର ର ପ୍ରତୀକ ହୋଇଥିବାରୁ ଶିବ ମୟ ପରିବେଶ ସୃଷ୍ଟି ହେବା ସଂଗେ ସଂଗେ ଗେରୁଆ ବସ୍ତ୍ର ପରିଧାନ କରି ଶିବପଞ୍ଚକ୍ଷର ମନ୍ତ୍ର ତୁଣ୍ଡ ଧରି ପୁରୁଷ ଓ ମହିଳା ମାନେ ଲମ୍ବା ଧାଡି ରେ ମନ୍ଦିର ଯାଉଥିବା ଦେଖାଦେଇଛି।
