Slug. ଝଡି ବର୍ଷା ହେଲେ ଜମି ରହୁଛି ପାଣି
(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ)
Anchor.କଂକ୍ରିଟ୍ ରାସ୍ତା ଥାଇ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା ଦୂର ହେଉନାହିଁ। ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଟେମରା ଗ୍ରାମ ପଞ୍ଚାୟତ ବୋବାରିଆ ଗ୍ରାମର ରାସ୍ତାର ଅବସ୍ଥା ଏବେ ଶୋଚନୀୟ। କଂକ୍ରିଟ ରାସ୍ତା ସାରା ଖାଲଖମାରେ ପରିପୂର୍ଣ୍ଣ ହୋଇପଡ଼ିଥିବା ବେଳେ ବର୍ଷା ହେଲେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ୁଛି।
କଂକ୍ରିଟ୍ ରାସ୍ତା ଧୀରେ ଧୀରେ ମାଟି ରାସ୍ତାର ରୂପ ନେଇଛି। ରାସ୍ତାରେ ଜମି ରହୁଛି କାଦୁଅ ଓ ପାଣି। ଫଳରେ ଯାତାୟାତ କରିବା ସମୟରେ ସାଧାରଣ ଲୋକ, ବିଶେଷକରି ବୃଦ୍ଧ, ମହିଳା ଓ ଛାତ୍ରଛାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏପଟେ ବୋବାରିଆ ଗାଁ ରେ ଡ୍ରେନ୍ ନ ଥିବାରୁ ସମସ୍ୟା ଆହୁରି ଚିନ୍ତାଜନକ। ଅଳ୍ପ ବର୍ଷା ହେଲେ ମଧ୍ୟ ରାସ୍ତା ଉପରେ ପାଣି ଜମି ରହୁଛି। ଅପରିଷ୍କାର ପାଣି ନିଷ୍କାସନ ହୋଇନପାରିବାରୁ ଅଞ୍ଚଳରେ ଦୁର୍ଗନ୍ଧ ସୃଷ୍ଟି ହେବା ସହ ପରିବେଶ ମଧ୍ୟ ଦୂଷିତ ହେଉଛି।
ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ଓ ଡ୍ରେନ୍ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ତୁରନ୍ତ ରାସ୍ତା ମରାମତି ସହ ଡ୍ରେନ୍ ବ୍ୟବସ୍ଥାର ସୁଧାର କରିବାକୁ ସ୍ଥାନୀୟବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।
