ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଙ୍କୁ ସ୍ଵାଗତ ଏବଂ ଦାବିପତ୍ର ପ୍ରଦାନ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)ବାଲେଶ୍ଵର ଗସ୍ତରେ ଥିବା ରାଜ୍ୟ ବିଜେପି କିଶାନ ମୋର୍ଚ୍ଚା ର ସଭାପତି ଶୁଭ୍ରାଂଶୁ ମୋହନ ପାଢି ଙ୍କ ବାଲେଶ୍ଵର ଜିଲ୍ଲା ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଫେରୁଥିବା ସମୟରେ ସୋର ନିର୍ବାଚନ ମଣ୍ଡଳୀ ଶିରାପୁର ହନୁମାନ ଛକ ନିକଟରେ ପଞ୍ଚାୟତ ର କୃଷକ ମାନଙ୍କ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଜଗନ୍ନାଥ ମହାପ୍ରଭୁଙ୍କ ମଠ ସମ୍ପତ୍ତି ରେ ଚାଷ ହୋଇଥିବା ଧାନ ସମବାୟ ସମିତି ପକ୍ଷରୁ କିଣା ହେବ ନାହିଁ। ଏଇ ଦାବିପତ୍ର ପାଇବା ପରେ ଶ୍ରୀଯୁକ୍ତ ପାଢ଼ୀ ଏ ବାବଦରେ ମୁଖ୍ୟମନ୍ତ୍ରୀ ତଥା ବିଭିନ୍ନ ବିଭାଗ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି। ଏହି ସମୟରେ କୃଷକ ମୋର୍ଚ୍ଚା ର ଜିଲ୍ଲା ସଭାପତି ତାପସ କୁମାର ପାତ୍ର, ଉପସଭାପତି ସିଦ୍ଧାର୍ଥ ଶଙ୍କର ବେହେରା, ପୂର୍ବତନ ବିଧାୟକ ପର୍ଶୁରାମ ଧଡା ଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।
