*ସିନାପାଲି ବ୍ଲକ ବିଜୁ ଏକ୍ସପ୍ରେସ ସଡ଼କ ରେ ଦୁର୍ଘଟଣା ମୃତ୍ୟୁ ଚାଷୀ ଭରତ ପାତ୍ର ଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଦାବୀ ନେଇ ଜିଲ୍ଲା କୃଷକ ଶକ୍ତି ସଙ୍ଗଠନ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସିନାପାଲି ବିଡିଓ ଙ୍କୁ ଦାବିପତ୍ର*
ନୂଆପଡା(ମିଖାଏଲ ନନ୍ଦ)
ତା:୨୦.୦୮.
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ବିଜୁ ଏକ୍ସପ୍ରେସ ସଡ଼କ ରେ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ଚାଷୀ ଭରତ ପାତ୍ର ଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଦାବୀ ନେଇ ଜିଲ୍ଲା କୃଷକ ଶକ୍ତି ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସିନାପାଲି ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି କୃଷକ ଶକ୍ତି ସଙ୍ଗଠନ ଆବାହକ ସଂଜୟ ତିୱାରୀ ଙ୍କ ନେତୃତ୍ୱ ରେ ଗୋଡାଲ ଗ୍ରାମପଞ୍ଚାୟତ ର ଡଙ୍ଗରଗାଁ କୁ ଚାଷୀ ପରିବାର ଙ୍କୁ ସାକ୍ଷାତ କରିଥିଲେ। ମୃତ୍ୟୁ ଚାଷୀ ପରିବାରଙ୍କୁ ନେଇ ସିନାପାଲି ବ୍ଲକ କାର୍ଯ୍ୟଳୟ ରେ ବିଡିଓ କର୍ମୀ ଓରାମ ଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା ସାଙ୍ଗକୁ ତାଙ୍କ ବଳଦ ମଧ୍ୟ ଆହତ ହୋଇଥିବା ରୁ ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବା ନେଇ ପ୍ରଶ୍ନବାଚି ସୃଷ୍ଟି ହେଉଅଛି। ତେଣୁ ବଳଦ ର କ୍ଷତିପୂରଣ ଦାବୀ କରିଛନ୍ତି। ଜିଲ୍ଲା କୃଷକ ଶକ୍ତି ସଙ୍ଗଠନ ଆବାହକ ଅଜିତ୍ ପଣ୍ଡା, ସିନାପାଲି ଗୋଡାଲ ନରେନ୍ଦ୍ର ମାଝୀ, ପ୍ରତାପ ଗୁଆଲ, ପରାମନ୍ଦନ ଭୋଇ, ଏବଂ ତାଙ୍କ ପରିବାର ରୁ ସମସ୍ତେ ସାମିଲ।
