*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସମବାୟ ସମିତି ରେ କୃଷକ ପଞ୍ଜିକରଣ କାର୍ଯ୍ୟ ଜାରି ରହିଥିବା ବେଳେ ଖଡ଼ିଆଳ ବିଧାୟକ ମଧ୍ୟ ନିଜ କୃଷକ ପଞ୍ଜୀକରଣ କରିଛନ୍ତି।*
ନୂଆପଡା(ମିଖାଏଲ ନନ୍ଦ) ତା:୨୦.୦୮.
ଚଳିତ ଖରିଫ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କୃଷକ ପଞ୍ଜୀକରଣ କାର୍ଯ୍ୟ ଚାଲୁ ରହିଛି। ଏହି କ୍ରମ ରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ କୃଷକ ପଞ୍ଜୀକରଣ ପାଇଁ ପ୍ରାଥମିକ ସମବାୟ ସମିତି କୁ ଯାଇ ନିଜ ନାମ ପଞ୍ଜୀକରଣ କରିଛନ୍ତି। କୃଷକ ପଞ୍ଜୀକରଣ ପାଇଁ ଆଇ ସ୍କେନ୍ ଅନିବାର୍ଯ୍ୟ ରହିଥିବା ବେଳେ ଖଡ଼ିଆଳ ବିଧାୟକ ମଧ୍ୟ ପ୍ରାଥମିକ ସମବାୟ ସମିତିରେ ନିଜ ଆଇ ସ୍କେନ କରି କୃଷକ ପଞ୍ଜୀକରଣ କରିଛନ୍ତି। ଏହି ପଞ୍ଜୀକରଣ ଦ୍ୱାରା ନିଜ ଜମିରେ ଉତ୍ପାଦିତ ଦ୍ରବ୍ୟ କୁ ବିକ୍ରି ପାଇଁ ବିଭାଗୀୟ ପଞ୍ଜିକରଣ ଆବଶ୍ୟକ ଥାଏ। ଆଜି ନିଜ ନାମ କୁ ପଞ୍ଜୀକରଣ କରିଛନ୍ତି।
