ବ୍ରଜନାଥପୁର ରେ
ଏସ ,ଏଚ,ଜି ମହିଳାଙ୍କ ପାଇଁ ଉନ୍ନତ ସିଲେଇ ପ୍ରଶିକ୍ଷଣ
ତାଳଚେର: ମହିଳାଙ୍କ ଦକ୍ଷତା ବିକାଶ ଓ ସ୍ଥାୟୀ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଏନ,ଟି, ପି, ସି ତାଳଚେର ଥର୍ମାଲ ପକ୍ଷରୁ ଉଷା ଇଣ୍ଟରନ୍ୟାସିନାଲର ସହ ଯୋଗ ରେ ପଚିଶି (୨୫) ଦିନିଆ ଉନ୍ନତ ସିଲେଇ ଓ ଷ୍ଟିଚିଂ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ବ୍ରଜନାଥ ପୁର ଗ୍ରାମ ପଞ୍ଚାୟତର ୩୫ ଜଣ ମହିଳା ଏହି ପ୍ରଶିକ୍ଷଣରେ ସାମିଲ ହୋଇଛନ୍ତି । ସାଗରିକା ଲେଡିଜ୍ କ୍ଲବର ସଭାପତି ଶ୍ରୀମତୀ ବିଭା ଅଗ୍ରୱାଲ ଏହାର ଔପଚାରିକ ଉଦଘାଟନ କରିଥିଲେ । ଉଷା ଇଣ୍ଟରନ୍ୟାସିନାଲର ବିଶେଷଜ୍ଞ ପ୍ରଶିକ୍ଷକ ମାନେ ମହିଳା ପୋଷାକ ଓ ସ୍କୁଲ
ୟୁନିଫର୍ମ ତିଆରି ସହ ଆଧୁନିକ ସିଲେଇ କୌଶଳ ଶିଖାଇବେ । ଏହି ପ୍ରଶିକ୍ଷଣ ମାଧ୍ୟମରେ ମହିଳା ମାନେ ନିଜ ଦକ୍ଷତା ଅର୍ଜନ କରି ଆୟ କାରୀ କାର୍ଯ୍ୟ ସହ
ଯୋଡ଼ି ହେବା ସହ ଆତ୍ମା ନିର୍ଭର ହୋଇ ପାରିବେ । ଏଥି ପାଇଁ ଏନ,ଟି,ପି,ସି କୁ ଧନ୍ୟବାଦ ଜଣାଇଛନ୍ତି ।
ବ୍ରଜନାଥ ପୁର ସରପଞ୍ଚ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ବେହେରା
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
ପେପର ନିୟୁଜ
