ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ବ୍ଲକ ମଙ୍ଗଳପୁର ଶ୍ରୀନିବାସ ଜୁନିଅର କଲେଜ ରେ ନୂତନ ଅଧକ୍ଷ ଭାବେ ପୂର୍ଣଚନ୍ଦ୍ର ବେହେରା ଦାଇତ୍ୱ ଗ୍ରହଣ କରିଥିବା ସୂଚନା ମିଳିଛି | ଆଗକୁ କଲେଜ ର ସୁପରିଚାଳନା ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବା ସଂକଳ୍ପବଦ୍ଧ ହେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି | ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଜଗତ ର ନାଥ ଜଗନ୍ନାଥ ପାଖରେ ପ୍ରାଥନା କରିଛନ୍ତି | କଲେଜ ର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଙ୍କ ସମେତ କଲେଜ ର କର୍ମଚାରୀ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଙ୍କ ସମେତ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି | ଏହି କାର୍ଯ୍ୟକ୍ରମ ରେ ଡ଼. ପୁନ୍ୟବ୍ରତ ମହାନ୍ତି, ଅଧ୍ୟାପିକା ପୁଷ୍ପଲତା ପାଢ଼ୀ, ସଂଧ୍ୟାରାଣି ଜେନା, ସୁଶାନ୍ତ ରାଉଳ,ବରିଷ୍ଠ ଅଧ୍ୟାପକ ପଙ୍କଜ କୁମାର ଜେନା, ପ୍ରଶାନ୍ତ କୁମାର ଜେନା, ଅଜୟ କୁମାର ବାରିକ,ଡ଼. ରଞ୍ଜିତାବାଳା ମହାପାତ୍ର,ସୁଜିତ କୁମାର ଗୋଛାୟତ ସତ୍ୟନାରାୟଣ ସାହୁ ଏବଂ କୈଳାଶ ଚନ୍ଦ୍ର ବାରିକ, ପ୍ରଦୁମ୍ନ ସାହୁ, ଭରତ ମହାନା, ଅଟଳ ବିହାରୀ ଦାସ, ବିଜେନ୍ଦ୍ର ପ୍ରସାଦ ଦାସ ଏବଂ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ସୁରେନ୍ଦ୍ର କୁମାର ଙ୍କ ସମେତ ବରିଷ୍ଠ ଇଂରାଜୀ ଅଧ୍ୟାପକ ନିରଞ୍ଜନ ନାୟକ ଙ୍କ ସମେତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି |
