*କାରିଗରଙ୍କୁ ମିଳିବ ବ୍ରାଣ୍ଡିଂ ଓ ମାର୍କେଟିଂ ଗୁରୁମନ୍ତ୍ର: ଖଡ଼ିଆଳରେ ବିଶ୍ୱକର୍ମା ଯୋଜନା ତାଲିମ ଶିବିର*
ନୂଆପଡା(ମିଖାଏଲ ନନ୍ଦ)
ତା:୧୮.୦୮.
ନୂଆପଡା ଜିଲ୍ଲା ରେ ପାରମ୍ପରିକ କାରିଗର ଓ ଶିଳ୍ପୀମାନଙ୍କୁ ସ୍ୱାବଲମ୍ବୀ, ଆତ୍ମନିର୍ଭରଶୀଳ କରାଇବା ଲକ୍ଷ୍ୟରେ ଖଡ଼ିଆଳ ଏନଏସି ସ୍ଥିତ କଲ୍ୟାଣ ମଣ୍ଡପ-୨ ଠାରେ ପିଏମ ବିଶ୍ୱକର୍ମା ଯୋଜନା ରେ ସ୍ୱର୍ତନ୍ତ୍ର ବ୍ରାଣ୍ଡ ଓ ବଜାର ବ୍ୟବସ୍ଥା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ଏନଏସି ଅଧକ୍ଷ ଉଜ୍ଜଳ ଗୁପ୍ତା, ସମ୍ମାନିତ ଅତିଥି ଭାବେ ଏମଏସଏମଇ ଏସ, ନିର୍ଦ୍ଦେଶକ ଏସ.କେ. ସାହୁ, ଡିଆଇସି ସାଧାରଣ ପରିଚାଳକ ସମୀର ମୁଦୁଲି, ଖଡ଼ିଆଳ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ଦିନେଶ କୁମାର ମିଶ୍ର, ବିଶ୍ୱକର୍ମା କମିଟି ସଦସ୍ୟ ଅଜିତ କିଶୋର ଚଲାନ, ଏମଏସଏମଇ ବିଭାଗର ସହକାରୀ ନିର୍ଦ୍ଦେଶକ ଦିନେଶ କୁମାର ନାଏକ, ଖଡ଼ିଆଳ ସହକାରୀ ଶିଳ୍ପ ଅଧିକାରୀ ଆନନ୍ଦ ବେହେରା ମଞ୍ଚ ରହିଥିଲେ। କାର୍ଯ୍ୟକ୍ରମରେ ସହ କାରୀ ଶିଳ୍ପ ଅଧିକାରୀ କୋମନା ଶୁଭମ ସାଇ ଜେନା, ସିନାପାଲି ସୁନିଲ କୁମାର ଓରାମ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଶାଖା ଏମଏସଏମଇ ବିକାଶ ଓ ସୁବିଧା କାର୍ଯ୍ୟାଳୟ, ରାଉରକେଲା ଆୟୋଜନ କରିଥିଲା। ଏହା ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟମ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରି ପାରମ୍ପରିକ ବୃତ୍ତି ୧୮ କାର୍ଯ୍ୟକ୍ରମରେ ଡିଆଇସି ନୂଆପଡ଼ା ସହଯୋଗ କରିଥିଲା। ପିଏମ ବିଶ୍ୱକର୍ମା ଯୋଜନା ଅଧୀନରେ ସୂତ୍ରଧର, କମାର, ସୁନାରୀ, କୁମ୍ଭାର ଆଦି ୧୮ ପ୍ରକାରର ପାରମ୍ପରିକ ବୃତ୍ତିରେ ଥିବା ଲୋକଙ୍କୁ ସହାୟତା ପ୍ରଦାନ କରିଥିଲେ। ଏହି ଯୋଜନା ରେ ନିଜର ଉତ୍ପାଦର ବ୍ରାଣ୍ଡିଂ ଏବଂ ମାର୍କେଟିଂ କରି ଅଧିକ ଲାଭ ପାଇପାରିବେ ସେ ସମ୍ପର୍କରେ ସଚେତନ କରାଯାଇଥିଲା। ଯୋଜନା ରେ ସହାୟତା ପ୍ରଦାନ କରି ହିତାଧିକାରୀମାନେ ଦକ୍ଷତା ବୃଦ୍ଧି ତାଲିମ, ଟୁଲ କିଟ୍ ସହାୟତା, ଋଣ ଏବଂ ଡିଜିଟାଲ ମାର୍କେଟିଂ ସୁବିଧା ଯୋଗାଇଥିବା ଜଣାପଡ଼ିଛି। ନିଜ ଉତ୍ପାଦକୁ ବ୍ରାଣ୍ଡ କରି ଅନଲାଇନ୍ ଓ ଅଫଲାଇନ୍ ବଜାରରେ ବିକ୍ରି କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା।
