ଝାରପୋଖରିଆ ୟୂନାଇଟେଡ୍ ପ୍ରେସ୍ କ୍ଲବରେ ୮୦ତମ ସ୍ଵାଧୀନତା ଦିବସ ପାଳନ
___________________
ସାରସ କଣା,( ୧୮/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଠାରେ ଅବସ୍ଥିତ ୟୁନାଇଟେଡ୍ ପ୍ରେସ୍ କ୍ଳବରେ ୮୦ ତମ ସ୍ଵାଧୀନତା ଦିବସ ପାଳନ ହୋଇଛି । ଏହି ଉତ୍ସବ କାର୍ଯ୍ୟକ୍ରମରେ ଝାରପୋଖରିଆ ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ୮୦ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଦେଶର ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ନିଜ ଭାଷଣରେ ସ୍ଵାଧୀନତା ଦିବସ କେବଳ ଏକ ପରମ୍ପରା ପାଳନ କରିବା ନିଜର କର୍ତ୍ତବ୍ୟ ନୁହେଁ ବରଂ ଦେଶର ସ୍ଵାଧୀନତା ପାଇଁ ତ୍ୟାଗ କରିଥିବା ମହାତ୍ମାଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ ଏବଂ ଅନ୍ୟାନ୍ୟ ବୀର ସହିଦଙ୍କ ବଳିଦାନକୁ ସ୍ମରଣ କରିବା ସହିତ ଦେଶ ଓ ରାଜ୍ୟକୁ ଆହୁରି ଶକ୍ତିଶାଳୀ ଓ ବିକଶିତ କରିବାର ଦୃଢ ସଂକଳ୍ପ ନେବା ଦରକାର ।ତା’ସହିତ ଜନସାଧାରଣ ମାନେ କିପରି ଆଇନ ମାନିବେ,ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଏବଂ ପୁଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିବା ସହିତ ଏକ ଅପରାଧ ମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ମିଳିତ ଭାବେ ସଂକଳ୍ପ ନେବାକୁ ସେ ଆହ୍ଵାନ ଦେଇଥିଲେ ।ଏହି ସ୍ଵାଧୀନତା ଦିବସ ପାଳନ ଅବସରରେ ସାମ୍ବାଦିକ ମଳୟ କୁମାର ନାୟକ, ବାସୁଦେବ ପାତ୍ର, ବନବିହାରୀ ମହାପାତ୍ର, ମୁରାରି ମୋହନ ମହାପାତ୍ର, ମୋହିତ ମଣ୍ଡଳ, ବାବୁଲୁ ବାରିକ,ଅଶ୍ୱନୀ କୁମାର ମହାନ୍ତ, ମୋନାଲି ସାହୁ, ରାଜେଶ କଲିଆ,ବନ୍ଧନ ସିଂ, ରାଜ କିଶୋର ବାରିକ,ଦୀପୁ ମହାପାତ୍ର,ଅନିଲ କୁମାର ସାହୁ ଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
