ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ଏଗାର ଦଫା ଦାବି ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।
ଜଗତସିଂହପୁର(ନି.ପ୍ର): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ମଜଦୁର ସଙ୍ଘ କେନ୍ଦ୍ରୀୟ କମିଟି ନିଷ୍ପତ୍ତି କ୍ରମେ ଅଙ୍ଗନବାଡି ଏବଂ ଆଶା କର୍ମୀ ମାନଙ୍କୁ ସଂମ୍ମାନଜନିତ ବେତନ ପ୍ରଦାନ କରିବା, ପ୍ରସୂତି କାଳୀନ ଛୁଟି ପ୍ରଦାନ ସହିତ ପୂର୍ଣ୍ଣ ମାନ ଦେୟ ପ୍ରଦାନ କରିବା, ଦରମା ବୃଦ୍ଧି କରିବା, ସମାନ କାର୍ଯ୍ୟ କୁ ସମାନ ଦରମା ପ୍ରଦାନ କରିବା, ସର୍ବନିମ୍ନ ମଜୁରୀ ତିରିଶି ହଜାର ଟଙ୍କା ପ୍ରଦାନ କରିବା, ପୁରୁଣା ପେନସନ ଯୋଜନା ର ପୁନଃ ପ୍ରଚଳନ କରିବା, ଶ୍ରମ ବିରୋଧୀ ନିୟମ କୁ ହଟାଇବା, ବେଆଇନ ଛଟେଇ ପ୍ରତ୍ୟାହାର କରି ପୁନଃ ନିଯୁକ୍ତି ପ୍ରଦାନ କରିବା ଆଦି ଏଗାର ଦଫା ଦାବି ନେଇ ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ବଡ଼ ଧରଣର ବିକ୍ଷୋଭ ପଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀ ରେ ହଜାର ହଜାର କାର୍ଯ୍ୟକର୍ତା ସ୍ଥାନୀୟ କଲେଜ ଛକ ନିକଟରୁ ଏକ ପ୍ରତିବାଦ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ। ଭାରତୀୟ ମଜଦୁର ସଙ୍ଘ ଜଗତସିଂହପୁର ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ସଭାପତି ଅବିନାଶ ଦାସ, ଉପ ସଭାପତି ଗଗନ ବିହାରୀ ଲେଙ୍କା, ସାଧାରଣ ସମ୍ପାଦକ ବଟକୃଷ୍ଣ ରାଉତ, ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାୟ ରାଜ୍ୟ ମହିଳା ନେତ୍ରୀ ଯୋଗମାୟା ନନ୍ଦ, ପ୍ରତିମା ବେହେରା, ମୀନାରାଣୀ ଗୋଛାୟତ ଓ ନିବେଦିତା ରାଉତ ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ କଟୁ ସମାଲୋଚନା କରିଥିଲେ। ଶେଷରେ ସଂଗଠନ ର କର୍ମକର୍ତା ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
