*ବଲାଙ୍ଗୀର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ*
*(ନି.ପ୍ର = ପ୍ରଦୀପ କୁମାର ସା, ବଲାଙ୍ଗିର)*
*16/08/2026 ରବିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,କଦମ ପଡ଼ା ଠାରେ ଆଜି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ ହୋଇ ଯାଇଛି ll 10ଟି ଶିଶୁମନ୍ଦିରରୁ ସଂସ୍କୃତି ବୋଧ ପରିଯୋଜନା ବିଭାଗର ମୂର୍ତ୍ତିକଳା ପ୍ରତିଯୋଗିତା, ପ୍ରଶ୍ନ ମଞ୍ଚ, ବୈଦିକ ଗଣିତ ବିଭାଗର ପ୍ରକଳ୍ପ, ପ୍ରଶ୍ଣମଞ୍ଚ, ତାତ୍କାଳିକ ଭାଷଣ, ଏବଂ ପ୍ରୟୋଗ,,ଏବଂ ବିଜ୍ଞାନ ବିଭାଗର ପ୍ରକଳ୍ପ, ପ୍ରଶ୍ନମଞ୍ଚ ଓ ଗଣିତ ପତ୍ର ଉପସ୍ଥାପନ ଆଦି ପ୍ରତିଯୋଗିତା କରାଯାଇଥିଲା ll ମୋଟ ଶିଶୁ 256 ଜଣ ଏହି ପ୍ରତିଯଗିତାରେ ଅଂଶଗ୍ରହଣ କରି ଥିଲେ ll ବିଚାରକ 18 ଜଣ ସହିତ ପରିଚାଳକ 25 ଜଣ ଯୋଗଦାନ କରିଥିଲେ ll ସଙ୍କୁଳ ସଂଯୋଜକ ସନାତନ ମିଶ୍ର ବୃତ୍ତକଥନ୍ କରିଥିଲେ ll*
