ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ଠାରେ ମାତୃ କର୍ମ ଶାଳା ଅନୁଷ୍ଠିତ
ବେଲଗୁଣ୍ଠା -୧୬/୦୮ (ପ୍ରଫୁଲ୍ଲ କୁମାର ମହାରଣା ) ଗଞ୍ଜାମ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠା ପରିସରରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଶ୍ରୀମତି ରେଣୁପ୍ରଭା ଦାଶ ଶିକ୍ଷୟିତ୍ରୀ ( ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜି .ନୂଆଗାଁ ) ଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯାଇଥିଲା ଓ ବିଦ୍ୟାଳୟ ର ଉପଦେଷ୍ଟା ଶ୍ରୀ ରବୀନ୍ଦ୍ରନାଥ ରଥ ଓ ଉପ ସଭାପତି ଶ୍ରୀ କାଳିଚରଣ ପାଢୀ ଉପସ୍ଥିତ ଥିଲେ, ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ବିଶୋୟୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟ ର ବାଟିକା ପ୍ରମୁଖ ଶ୍ରୀମତୀ ନିରୂପମା ପାତ୍ର ସମସ୍ତ ମାତୃ ମଣ୍ଡଳୀଙ୍କ ପରିଚୟ ରଖିଥିଲେ, ବିଦ୍ୟାଳୟ ର ଶୈକ୍ଷିକ ବ୍ୟବସ୍ଥା କୁ ସ୍ଥାନୀୟ ଅଞ୍ଚଳର ମା ମାନେ ଭାରି ଖୁସି ଓ ପ୍ରସଂଶା ବ୍ୟକ୍ତ କରିଥିଲେ l ଏହି ଅବସରରେ ପ୍ରାୟ ୫୦ ରୁ ଉର୍ଦ୍ଧ ମା ମାନେ ଭାଗ ନେଇଥିଲେ l ମା ମାନଙ୍କୁ ବିଶେଷ ଭାବରେ କିପରି ନିଜ ଶିଶୁ ର ସର୍ବାଙ୍ଗ ଉନ୍ନତି ହେବ ତାର ବିଷୟ ଓ ଆମ ର ୧୨ ଗୋଟି ବ୍ୟବସ୍ଥା କୁ ଶିଶୁ ଗ୍ରହଣ କଲେ ତାର ମୂଳଦୁଆ ସୁଦୃଢ ହେବ ସେ ବିଷୟରେ ଆଲୋଚନା ହୋଇଥିଲା l
