*80 ତମ ସ୍ୱାଧୀନତା ଦିବସ ଉତ୍ସବ ପାଳିତ*
(*ନି.ପ୍ର=*ପ୍ରଦୀପ କୁମାର ସା)*
*ବଲାଙ୍ଗୀର – ବଲାଙ୍ଗିର ସଦର ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ଚନ୍ଦନଭାଟି ର ପରିସରରେ 80ତମ ସ୍ୱାଧୀନତା ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି ll ବିଦ୍ୟାଳୟର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ 458 ଜଣ ଶିଶୁ ନଗର ପରିକ୍ରମା କରିଥିଲେ ll ନଗର ପରିକ୍ରମା ସମୟରେ ଘୋଷ ସଞ୍ଚଳନ ମଧ୍ୟ ହେଇ ଥିଲା,, ଅନେକ ଶିଶୁ ସ୍ୱାଧୀନତା ସମ୍ପର୍କିତ ବିଭିନ୍ନ ବେଶରେ ସଜେଇ ହୋଇ ଆସିଥିଲେ ll ବରିଷ୍ଠ ଆଚାର୍ଯ୍ୟ ଦିଲୀପ ଥନାପତି ସଂଯୋଜନା କରିଥିଲେ,, ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ କରି ଥିଲେ , ବିଦ୍ୟାଳୟର ସଭାପତି ରାମଚନ୍ଦ୍ର ପ୍ରଧାନ ଶିଶୁମାନଙ୍କ ଉଦ୍ଦେଶ୍ୟରେ ମାର୍ଗଦର୍ଶନ କରିଥିଲେ , ସମ୍ପାଦକ ଡକ୍ଟର ଲକ୍ଷ୍ମଣ ମେହେର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ର ବଳିଦାନ , ଅନୁସରଣ, ଶିଶୁମାନଙ୍କର କର୍ତ୍ତବ୍ୟ ଉପରେ ଆଲୋକପାତ କରି ଥିଲେ, ଧନ୍ୟବାଦ ପର୍ବ ବରିଷ୍ଠ ଗୁରୁଜୀ ପ୍ରଦୀପ କୁମାର ସାହୁ ଆଗେଇ ନେଇ ଥିଲେ, ଅନ୍ୟ ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରି ଥିଲେ ll ଶେଷରେ ସମସ୍ତ ଶିଶୁଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା ll*
