ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
ମାଲକାନଗିରି, ୧୫|୮
ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ଶନିବାର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶାତ୍ମବୋଧର ସହ ପାଳିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ପତାକା ଉତ୍ତୋଳନ ପରେ ସଂଘର ସଦସ୍ୟମାନଙ୍କ ଉପସ୍ଥିତିରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ବିଧାୟକ ଶ୍ରୀ ଖିଲ ସ୍ୱାଧୀନତା ସଂଗ୍ରାମର ସହିଦମାନଙ୍କୁ ସ୍ମରଣ କରିବା ସହ ଦେଶର ସ୍ୱାଧୀନତାର ମହତ୍ତ୍ୱ ଏବଂ ଦେଶ ଗଠନରେ ନାଗରିକଙ୍କ ଦାୟିତ୍ୱ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ।
ସଂଘର ଜିଲ୍ଲା ସଭାପତି ଅଶୋକ ମିଶ୍ର ମୁଖ୍ୟ ଅତିଥି ବିଧାୟକ ମଙ୍ଗୁ ଖିଲଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସମ୍ପାଦକ ବି. ଶ୍ରୀନିବାସ ପାତ୍ର, କୋଷାଧ୍ୟକ୍ଷ ହୃଷିକେଶ ସେଠୀ, କୋରୁକୋଣ୍ଡା ବ୍ଲକ ସଭାପତି ପ୍ରଦୀପ ମହାରଣା, ବାଲିମେଳା ବିଧାୟକ ପ୍ରତିନିଧି ଇସାକ୍ ଖୋସଲା, ମନୋଜ ସାହା, ରଞ୍ଜିତ କୁମାର ମଣ୍ଡଳ,ସୁଧାଂଶୁ ଶେଖର ମହାନ୍ତି, ଏମ୍.ସି. ରାଓ, ରାଜେଶ ବେପାରୀ, ମାଣିକ ବଛାର, ରାମକୃଷ୍ଣ ଗଲୋରୀ, ଶିବ ପ୍ରସାଦ ଦାସ, ବାଦଲ ବିଶ୍ୱାଳ, ମୃଣାଳ ମଣ୍ଡଳ, ଦୀପଙ୍କର କୀର୍ତ୍ତନୀୟା, କିଶୋର ମଣ୍ଡଳ, ସୁରେନ୍ଦ୍ର ହାଲବା, ବାଲାରାଜୁ ରଥ, ଚିତ୍ତ ରଞ୍ଜନଙ୍କ ସମେତ ୪୦ରୁ ଊର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ଥିଲେ।
(ରିପୋର୍ଟ: ସାମ୍ବାଦିକ ରଞ୍ଜିତ୍ କୁମାର ମଣ୍ଡଳ , ମାଲକାନଗିରି)
