ଭୁବନେଶ୍ଵର
୮୦ତମ ସ୍ୱାଧୀନତା ଦିବସ 🇮🇳
୮୦ତମ ସ୍ୱାଧୀନତା ଦିବସ ଅବସରରେ ଆଜି ଶ୍ରୀକୃଷ୍ଣ ମଣ୍ଡଳ ତରଫରୁ ୱାର୍ଡ଼ ନମ୍ବର ୨୭ ଜୟଦେବ ବିହାର N/6 ପାର୍କ ରେ ସ୍ୱଧିନତା ଦିବସ ପାଳନ କରାଯାଇଛି ଏଥିରେ ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ସ୍ୱପ୍ନେନ୍ଦୁ ମହାନ୍ତି ଏବଂ ମାନ୍ୟଗନ୍ୟ ବ୍ୟକ୍ତି ଏବଂ ସାନବଡ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ ସମସ୍ତଙ୍କୁ ଶ୍ରୀକୃଷ୍ଣ ମଣ୍ଡଳ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ🇮🇳
ଏହି ଗୌରବମୟ ଦିବସରେ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁଦୃଢ଼ କରିବା ସହ ଏକ ସମୃଦ୍ଧ, ଶକ୍ତିଶାଳୀ ଓ ଆତ୍ମନିର୍ଭର ଭାରତ ଗଠନ ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା ବୋଲି କୁହାଯାଇଥିଲା।
ଏହି ଗୌରବମୟ ଦିବସରେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଆତ୍ମବଳିଦାନ ଦେଇଥିବା ଅମର ବୀର ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କ ପବିତ୍ର ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଜାଇଥିଲା।
(ରିପୋଟ ଜୀବନ ଜ୍ୟୋତି ରଣା)
ଜୟ ହିନ୍ଦ୍ 🇮🇳
ବନ୍ଦେ ମାତରମ୍ 🇮🇳
