ବନ୍ତ ଆଗରପଡ଼ା ରେ ବିଭିନ୍ନ ଅନୁଷ୍ଠ ନ ଶିକ୍ଷା ଅନୁଷ୍ଟା ନୁମାନଙ୍କରେ ସ୍ଵାଧୀନତା ଦିବସ ପାଳିତ
ବନ୍ତ୍ର /ଆଗରପଡ଼ା,(ନିପ୍ର)୮୦ତମ ସ୍ଵାଧୀନତା ଦିବସ ଆଗରପଡ଼ା ସ୍ଥିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇ ପତାକା ଉତ୍ତୋଳନ, ପ୍ରଭାତ ଫେରି, ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା ।ଆଗରପଡ଼ା ଥାନା ଓ ରାୟ ଆଣ୍ଡ ରାୟ ଜିମ୍ ସେଣ୍ଟରରେ ଥାନାଧିକାରୀ ରାଜେଶ ସେଠୀ, କଳିଙ୍ଗ କଂପ୍ୟୁର୍ଟସରେ ନିର୍ଦ୍ଦେଶକ ବିନୋଦ ଧଳ ସାମନ୍ତ, ପୁରୁଷଣ୍ଢ ସେବା ସମବାୟ ସମିତିରେ ସଭାପତି ପ୍ରଶାନ୍ତ ଦାଶ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମନୋଜ ପତି, ବିଜେପି କାର୍ଯ୍ୟାଳୟରେ ରାଜୀବ ଲୋଚନ ରାୟ, ସରକାରୀ ବାଳିକା ହାଇସ୍କୁଲରେ ପ୍ରଧାନଶିକ୍ଷକ ଚିତ୍ତରଂଜନ ମହାନ୍ତି, କୃଷ୍ଣଚରଣ ବିଦ୍ୟାମନ୍ଦିରରେ ଶରତ ଜେନା, ଡାଏଟରେ ଅଧ୍ୟକ୍ଷ କାର୍ତ୍ତିକେଶ୍ଵର ରାଉଳ, କଲେଜରେ ଅଧ୍ୟକ୍ଷ ଶାନ୍ତନୁ ଜେନା, ରାଜୟୁଥ କ୍ଲବରେ ସଭାପତି ବିଜୟ ମହାନ୍ତି, ରୟାଲ ଇଗଲ କ୍ଲବରେ ବିଜ୍ଞାନଭୂଷଣ ମହାନ୍ତି, ବିଟିପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସୁଭଦ୍ରା ସିଂହ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ ।
