ବାଲିଗୁଡା ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଉପଖଣ୍ଡ କମିଟି ତରଫରୁ ମିନି ମାରାଥନ ଆୟୋଜିତ ହୋଇଯାଇ ଅଛି।
ବାଲିଗୁଡା (ନି, ପ୍ର ) ୧୪/୨୬ ବାଲିଗୁଡା ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଉପଖଣ୍ଡ ତରଫରୁ ମିନି ମାରାଥନ ଆୟୋଜିତ ହୋଇଯାଇ ଅଛି।
ମାରାଥନ ହେଉଛି ବ୍ୟାୟାମ ଯାହା ଦୀର୍ଘାସ୍ଥାୟୀ, ସହନଶୀଳତା,ଆତ୍ମବିଶ୍ୱାସ ଏବଂ ଏକା ସୁସ୍ଥ ଜୀବନ ପାଇଁ ବଡ ପଦକ୍ଷେପ। ମାରାଥନ ଶାରୀରିକ ସ୍ୱାସ୍ଥ୍ୟ ବଜାୟୀ ରଖିବାରେ ସାହାଯ୍ୟ କରେ ନାହିଁ, ବରଂ ଏହା ଏକା ନୂତନ ଚିନ୍ତାଧାରା ଏବଂ ସକାରାତ୍ମକ ଜୀବନଶୈଳୀ ଆଡକୁ ମଧ୍ୟ ସାହାଯ୍ୟ କରେ। ଏହି ମିନି ମାରାଥନ କୁ ନେଇ ଉପଖଣ୍ଡ କମିଟି ପ୍ରତିଯୋଜିତା ଜରିଆରେ କରିଥିଲେ। ମିନି ମାରାଥନ ରେ ଉପ ଜିଲ୍ହାପାଳ ଶ୍ରୀମତୀ ପ୍ରଣୀତା ଦାସ, ବି ଡି ଓ, ତହସିଲଦାର, ଏ ପି ଡି ଆର ଓ, ଏନ୍ ଏ ସି ସଭାପତି ଓ ପୋଲିସ ଅଧିକାରୀ ଯୋଗ ଦେଇଥିଲେ। ଏହି ମିନି ମାରାଥନ ରେ ୪ ଶହ ଯୁବ ଛାତ୍ର, ଛାତ୍ରୀ ଯୋଗ ଦେଇଥିଲେ, ମିନି ମାରାଥନ ଆଦିବାସୀ ମହାବିଧ୍ୟାଳୟ ଠାରୁ ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ପଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଉପ ଜିଲ୍ହାପାଳ ମହୋଦୟା ସବୁଜ ପତାକା ଦେଖାଇ ମିନି ମାରାଥନ କୁ ଆରମ୍ଭ କରିଥିଲେ। ଏହି ମାରାଥନ ରେ ବିଜୟୀ ପ୍ରତିଯୋଗୀ ଙ୍କୁ ଚି଼ହ୍ନଟ କରାଯାଇଛି।
