ଅଖଣ୍ଡ ଭାରତ ଦିବସ ଓ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ
ବେଲଗୁଣ୍ଠା, ୧୪/୦୮,-(ଶିବରାମ ଚୌଧୁରୀ )-ଆଜି ଅପରାହ୍ନ ଚାରି ଘଣ୍ଟ ସମୟ ରେ ବେଲଗୁଣ୍ଠା ପେଣ୍ଠସାହିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପକ୍ଷରୁ ଅଖଣ୍ଡ ଭାରତ ଦିବସ ପାଳନ ସହିତ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଘୁମୁସର ସଂଘ ଚାଳକ ବନମାଳୀ ଗୌଡ଼, ସୂର୍ଯ୍ୟନାରାୟଣ ପାତ୍ର, ପ୍ରଶାନ୍ତ କୁମାର ପଣ୍ଡା, ସନ୍ତୋଷ କୁମାର ବିଷୋୟୀ, ଦେବାଶିଷ ସ୍ୱାଇଁ, ଶୁଭକାନ୍ତ ନାୟକ, ସୁଶାନ୍ତ କୁମାର ପ୍ରଧାନ, ନୀଳମାଧଵ ପାତ୍ର ସମେତ ବଜରଙ୍ଗ ଦଳର କାଯ୍ୟକରି ସଦସ୍ୟ ଉପସ୍ଥିତ ଥିଲେ।ଗୁରୁଦକ୍ଷିଣା କାର୍ଯ୍ୟକ୍ରମ ଅବସରରେ ଗୁରୁଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ପ୍ରକାଶ କରାଯାଇଥିଲା। ଏଥିସହ ହିନ୍ଦୁ ସମାଜର ଏକତା, ଭାରତୀୟ ସଂସ୍କୃତି ଓ ପରମ୍ପରାର ସୁରକ୍ଷା, ସାମାଜିକ ସେବା ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ସମ୍ପର୍କରେ ଆଲୋଚନା ହୋଇଥିଲା।
ଏହା ସହିତ ଆଗାମୀ ଦିନରେ ସଂଗଠନ ପକ୍ଷରୁ ହାତକୁ ନିଆଯିବାକୁ ଥିବା ବିଭିନ୍ନ ସେବାମୂଳକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା।
