*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଇନ୍ଦ୍ରାଦୀ ମଣ୍ଡଲ ପକ୍ଷ ରୁ ହରଘର ତ୍ରିରଙ୍ଗା କର୍ଯ୍ୟକ୍ରମ ଅନୁଷ୍ଠିତ, ଖଡ଼ିଆଳ ଆଜାଦ ଚୌକ ଥରେ ସୁବାସ ବୋଷ ଙ୍କୁ ମାଲ୍ୟାର୍ପଣ କରି ବାଇକ୍ ରେଲି ନଅ ଗୋଟି ପଞ୍ଚାୟତ ଅତିକ୍ରମ*
ନୂଆପଡା(ମିଖାଏଲ ନନ୍ଦ) ତା:୧୪.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଇନ୍ଦ୍ରାଦୀ ମଣ୍ଡଲ ପକ୍ଷ ରୁ ହରଘର ତ୍ରିରଙ୍ଗା କର୍ଯ୍ୟକ୍ରମ ଅନୁଷ୍ଠିତ, ଖଡ଼ିଆଳ ଆଜାଦ ଚୌକ ଠାରେ ସୁବାସ ବୋଷ ଙ୍କୁ ମାଲ୍ୟାର୍ପଣ କରି ବାଇକ୍ ରେଲି ନଅ ଗୋଟି ପଞ୍ଚାୟତ ଅତିକ୍ରମ କରିଅଛି।ମଣ୍ଡଲ ସଭାପତି ଯୁଧିଷ୍ଠିର ହଂସ ଅଧ୍ୟକ୍ଷତା ରେ ଖଡ଼ିଆଳ ବ୍ଲକ୍ ଗଡରାମୁଣ୍ଡା ପଞ୍ଚାୟତ ରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରି ଖଡ଼ିଆଳ ନଗର ପରିକ୍ରମା କରି ମଣ୍ଡୋଷିଲ, ଚିନ୍ଦାଗୁଡ଼ା, ଖୁଦପେଜ, ବରଗାଁ, ସାନମହେଶ୍ୱର, ଚନାବେଡା, ଭୋଲିଆ ସିକୁଆଁ, ଭୋଜପୁର ଠାରେ ବାଇକ୍ ରେଲି ପହଞ୍ଚିଥିଲା। ବିଶେଷ ରୂପେ ଭାରତର ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ରେ ତ୍ରିରଙ୍ଗା ପତାକାର ମହତ୍ୱ ଏବଂ ଏକତା, ମୈତ୍ରୀର ବାର୍ତ୍ତା ଦେବାକୁ ପ୍ରତ୍ୟେକ ପରିବାରକୁ ସାକ୍ଷାତ୍ କରିଥିଲେ। , , ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କିଶୋର ଚଲାନ, ପ୍ରଭାରୀ ପ୍ରଶାନ୍ତ କୁମାର ଦାସ, ସହ ପ୍ରଭାରୀ ଜନକରାମ ନାଏକ, ବରିଷ୍ଠ ବିଜେପି ନେତା ସଞ୍ଜୟ ତିୱାରୀ, ମନୋଜ ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ପୂର୍ବତ୍ତନ ଜିଲ୍ଲା ଉପ ସଭାପତି ମୋହନ ଭୋଇ,କୁଳମଣି ଘିଭେଲା ସୁଶାନ୍ତ ବିଶି, ପ୍ରମୁଖ ଉପସ୍ଥିତ ଥିଲେ।
