*‘*ହର ଘର ତିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ,ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବିଶାଲ ପତାକା ଧରି ଜାତୀୟ ରାଜପଥ ତ୍ରିରଙ୍ଗା ରେ ସୁଶୋଭିତ**
ନୂଆପଡା(ମିଖାଏଲ ନନ୍ଦ) ତା:୧୪.୦୮.
ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ‘*ହର ଘର ତିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ,ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବିଶାଲ ପତାକା ଧରି ଜାତୀୟ ରାଜପଥ ତ୍ରିରଙ୍ଗା ରେ ସୁଶୋଭିତ ହୋଇଅଛି। ଦେଶପ୍ରେମ ଓ ଜାତୀୟତା ବୋଧରେ ଉଦ୍ବୁଦ୍ଧ ଦେବା ସହ ତ୍ରିରଙ୍ଗା ପତାକା ଭାରତର ସମ୍ମାନ ସ୍ୱାଭିମାନ ଅଟେ ବୋଲି ପ୍ରକାଶ କରିଛନ୍ତି। ଶୋଭାଯାତ୍ରାରେ ଜନପ୍ରତିନିଧି, ସରକାରୀ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସାଧାରଣ ଜନତା ବିପୁଳ ସଂଖ୍ୟାରେ ସାମିଲ ହୋଇଥିଲେ । ସକାଳ ୮ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ହାତରେ ତ୍ରିରଙ୍ଗା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଅଂଶଗ୍ରହଣକାରୀମାନେ ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାଶ, ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା, କୋମନା ବ୍ଲକ ଅଧ୍ୟକ୍ଷାଙ୍କ ସମେତ ଜନପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।
