ବାଳିକା ହାଇସ୍କୁଲରେ ରଙ୍ଗୋଲି କାର୍ଯ୍ୟକ୍ରମ
ବନ୍ତ /ଆଗରପଡ଼ା,(ନିପ୍ର) ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପଲକ୍ଷେ ବାଳିକାମାନେ ଉଚ୍ଚକୋଟୀର,ଆକର୍ଷଣୀୟ ରଙ୍ଗୋଲି ଓ ହସ୍ତକଳା ପ୍ରଦର୍ଶନ କରିଥିଲେ । ଏହାକୁ ସମସ୍ତେ ତାରିଫ କରିଥିଲେ । ହାଇସ୍କୁଲ ବରିଷ୍ଠ ଶିକ୍ଷକ ଅଜିତ ରାଉଳ, ଭୀମସେନ ପାଳ, କୈଳାସ ପଣ୍ଡା, ପ୍ରମୋଦିନୀ ସାହୁ, ସାଗରିକା ମହାନ୍ତି, ରଂଜିତା ଶିଅଳ,ବନଜିନୀ ନାୟକ,ଭାଗ୍ୟଶ୍ରୀ ପଣ୍ଡା, ସୁମିତ୍ରା ନାଇକ,ସାବିତ୍ରୀ ଦାଶ, ବିଦ୍ୟୁତଲତା ଦାସ ପ୍ରମୁଖ ପରିଚାଳନା କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ସ୍ଵାଧୀନତା ଦିବସରେ ପୁରସ୍କୃତ କରାଯିବ ।
