ବାଲିଗୁଡା ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ବାଲିଗୁଡା -୧୨/୨୬ ବାଲିଗୁଡା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି କାଯ୍ୟକ୍ରମ ରେ ଉପ -ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟରୁ ଡେପୁଟି ଉପ ଜିଲ୍ଲାପାଳ ଦୀପ ପ୍ରଜ୍ୱଳନ କରିବା ସହିତ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ୧୪ଗୋଟି ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ, ୱର୍ଡ ମେମ୍ବର,ଏଡିଇଓ,ପିଇଓ, ଜେଇ ଏବଂ ବ୍ଲକ ର ଏଇଇ, ଏପିଓ, ବିଡିଓ ଯୋଗଦାନ କରିଥିଲେ।ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ମୋଟ ୪ଗୋଟି ଅଭିଯୋଗ ଆଣିଥିଲେ ସେହି ଅଭିଯୋଗକୁ ଆଗାମୀ ଦିନରେ ସମାଧାନ କରାଯିବ ବୋଲି ମତ ଦେଇଥିଲେ। ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଗାୟତ୍ରୀ ସାହୁ କାର୍ଯ୍ୟକ୍ରମ କୁ ସୁପରିଚଳନା କରିଥିଲେ।
