ସୀମାନ୍ତ ମହାବିଦ୍ୟାଳୟର ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
___________________
ସାରସକଣା,(୧୨/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧୀନ ଝାରପୋଖରିଆ ପଞ୍ଚାୟତର ଝାରପୋଖରିଆ ଠାରେ ଥିବା ଅଞ୍ଚଳର ଏକ ମାତ୍ର ଯୁକ୍ତ ତିନି ଡ଼ିଗ୍ରୀ ସୀମାନ୍ତ ମହାବିଦ୍ୟାଳୟ ପକ୍ଷରୁ ଅଦ୍ୟ ୧୨ ତାରିଖ ବୁଧବାର ସକାଳ ୮ ଘଟିକା ସମୟରେ ସ୍ଥାନୀୟ ସାରସକଣା ବିଧାୟକ ଭାଦବ ହାଁସଦାଙ୍କ ନେତୃତ୍ୱରେ ଏକ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୀମାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରହଲ୍ଲାଦ ଅଗସ୍ତିଙ୍କ ଆୟୋଜନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରସକଣା ବିଧାୟକ ଭାଦବ ହାଁସଦାଙ୍କ ଉପସ୍ଥିତି ସହିତ ମହାବିଦ୍ୟାଳୟର ଅଧ୍ୟାପକ ଶରତ ଚନ୍ଦ୍ର ପଢିହାରୀ, ନିହାର ରଞ୍ଜନ ମହାନ୍ତ, ସ୍ଵପ୍ନେଶ୍ୱରୀ ମୁର୍ମୁ, ସ୍ନିଗଧା ଆଚାର୍ଯ୍ୟ, ପ୍ରାଚୀ ପ୍ରଭା ପଢିଆରୀ, ରାମକୃଷ୍ଣ ହରିଜନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଝାରପୋଖରିଆ ମଣ୍ଡଳ ସଭାପତି ଶ୍ରୀ ରାଜେନ୍ଦ୍ର ବିନ୍ଧାଣୀ ଙ୍କ ନେତୃତ୍ୱରେ ଏହି ଭବ୍ୟ ବିଶାଳ ତ୍ରିରଙ୍ଗା ପଦଯାତ୍ରାରେ ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା ଙ୍କ ସହିତ ଭଦ୍ରକ ପ୍ରଭାରୀ ଶ୍ରୀ ସଞ୍ଜିବ ମହାନ୍ତି, ଜିଲ୍ଲା ଉପ-ସଭାପତି ଶ୍ରୀ ତାପସ ଦତ୍ତ, ପଶ୍ଚିମ ମୟୂରଭଞ୍ଜର ମୁଖ୍ୟ ପ୍ରବକ୍ତା ଶ୍ରୀ ପତଞ୍ଜଳି ନନ୍ଦ, ମହିଳା ସଭାନେତ୍ରୀ ଯାଜ୍ଞସେନୀ ପ୍ରତିହାରି ଏବଂ ଦଳର କର୍ମକର୍ତ୍ତା ଶ୍ରୀ ସରୋଜ କୁମାର ଦାସ, ଶ୍ରୀ ସୁନୀଲ ମିଶ୍ରା , ଶ୍ରୀ ଗୁରୁପ୍ରସାଦ ମହାପାତ୍ର, ଶ୍ରୀ ଆକାଶ ବାରିକ, ଶ୍ରୀ ଲକେଶ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରାରେ ସାମିଲ ହୋଇଥିଲେ । ସେହିପରି ସାରସକଣା ବିଡ଼ିଓ ଶ୍ରୀ ସୁମନ ରାଜା ମହାନ୍ତି, ଝାରପୋଖରିଆ ଥାନା ଅଧିକାରୀ ଶ୍ରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ଝାରପୋଖରିଆ ସୀମାନ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ମଞ୍ଚ, ଅବସରପ୍ରାପ୍ତ ସୈନିକ ମାନେ ଏବଂ ଶତାଧିକ ସାଧାରଣ ଜନତାଙ୍କର ଉତ୍ସାହଭରା ଅଂଶଗ୍ରହଣ ଏହି ପଦଯାତ୍ରାକୁ ଅଧିକ ଗୌରବମୟ କରିଥିଲା । ଏ ପରିପ୍ରେକ୍ଷିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ସୀମାନ୍ତ ବୈଷୟିକ ମହାବିଦ୍ୟାଳୟ ଓ ସୀମାନ୍ତ ଫାର୍ମାସୀ କଲେଜରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ଵ ଛାତ୍ରୀଛାତ୍ର ମହାବିଦ୍ୟାଳୟ ପରିସରରୁ ବନ୍ଦେ ମାତରମ୍ , ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଝାରପୋଖରିଆ ଶ୍ରୀ ଲୋକନାଥ ମନ୍ଦିର ମଧ୍ୟ ଦେଇ ଝାରପୋଖରିଆ ବଜାର ପରିକ୍ରମା କରି କଲେଜ ପରିସରକୁ ଆସିଥିଲେ ।ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
