ଜାତୀୟ କଂଗ୍ରେସ ତରଫରୁ ଜାତୀୟ ଯୁବ ଦିବସ ଭଞ୍ଜନଗର ଠାରେ ପାଳିତ।
ଭଞ୍ଜନଗର-୧୧/୦୮(ପ୍ରଫୁଲ୍ଲ କୁମାର ମହାରଣା) ଜାତୀୟ କଂଗ୍ରେସ ର ଜାତୀୟ ଯୁବଦିବସ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଘୁମୁସର ଠାରେ ପାଳିତ ହୋଇଛି ଦୁଇଦିନ ବ୍ୟାପୀ ଗଞ୍ଜାମ ଜିଲ୍ଲା (ପଶ୍ଚିମ) ତତଫରୁ ବିଭିନ୍ନ କାର୍ଯ୍ୟକ୍ରମ। ବିଭିନ୍ନ ସେବା କାର୍ଯ୍ୟକ୍ରମରେ ରହିଥିଲା ସ୍ଥାନୀୟ ଅଞ୍ଚଳ ରେ ମନ୍ଦିର ଦର୍ଶନ ସହ ନାରାୟଣ ସେବା ରେ କିଛି ଦାନ ପୂର୍ଣ୍ୟ ସହ ସ୍ଥାନୀୟ ବାଉଁଶଲୁଣ୍ଡି ପ୍ରଧାନ କଲୋନୀ ରେ ସମସ୍ୟା ବୁଝିବା ସହ ଶୁଖିଲା ଖାଦ୍ୟ ବଣ୍ଟନ, ଲେପର୍ଷି କଲୋନୀ ରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ,ସମସ୍ୟା ସମାଧାନ, ସ୍ଥାନୀୟ ସମାଜ ସେବୀ ଶ୍ରୀଯୁକ୍ତ ମୋନୋଜ ମିଶ୍ରଙ୍କ ମା ଙ୍କ ପରଲୋକ ଗମନ ଖବର ଶୁଣି କିଛି ଆର୍ଥିକ ସାହାଯ୍ୟ ସହ ଶାନ୍ତ୍ବନା ପ୍ରଦାନ, ସ୍ଥାନୀୟ ମେଡ଼ିକାଲ ବ୍ଲଡ଼ ବ୍ୟାଙ୍କ ରେ ଯୋଗାଯୋଗ ସହ ସମସ୍ୟା ଆଲୋଚନା କରି ବନ୍ଧୁ ଙ୍କୁ ଶୁଖିଲା ଖାଦ୍ୟ ସହଯୋଗ ସହ ସ୍ଥାନୀୟ କବିସମ୍ରାଟ ଜେଲ ଗ୍ରାଉଣ୍ଡ ରେ ବନ୍ଧୁତା ପୂର୍ଣ୍ଣ ମ୍ୟାଚ୍ ସହ ପୁରାତନ/ନୂତନ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଜଳପାନ କରି ଆଗାମୀ ଯୁବ ପିଢ଼ି ଙ୍କ ସହିତ ନୂତନ ଭାରତ ଗଠନ ର ଶପଥ ଗ୍ରହଣ ଭଳି କାର୍ଯ୍ୟକ୍ରମ କରାଯାଇଥିଲା।ଅଫିସ୍ କାର୍ଯ୍ୟାଳୟ ରେ କଂଗ୍ରେସ୍ ଭାଇ ମାନଙ୍କ ସହ ବନ୍ଧୁତ୍ୱ ପୁର୍ଣ୍ଣ ଆଲୋଚନା ସହିତ ଆଗାମୀ କାର୍ଯ୍ୟକ୍ରମ ର ଖସଡ଼ା ପ୍ରସ୍ତୁତ କରାଯାଇଥିଲା।ଯୁବ ନେତୃତ୍ଵ ଭିତରେ- ଭଞ୍ଜନଗର ଟାଉନ୍ ସଭପତି ଶ୍ରୀଯୁକ୍ତ ପ୍ରମୋଦ ଭୂୟାଁ,ଭଞ୍ଜନଗର ଟାଉନ୍ ସଂପାଦକ ତଥା ଦୃଢ଼ ନେତୃତ୍ୱ, ସମାଜସେବୀ ବିଷ୍ଣୁ ଭାଇ ଙ୍କ ସହିତ ଗଞ୍ଜାମ ଜିଲ୍ଲା (ପଶ୍ଚିମ) ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ଅନନ୍ତନାଗ ରଥ ଙ୍କ ପରିଚାଳନା ରେ ସଭାପତି ଶ୍ରୀଯୁକ୍ତ ଦଣ୍ଡପାଣି ପାତ୍ର ଙ୍କ ତତ୍ବାବଧାନରେ ଅତିସୁନ୍ଦର ନିଆରା କାର୍ଯ୍ୟକ୍ରମ ଭାରତ ବର୍ଷର ଭାବି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଏବଂ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ, ରାଜ୍ୟ ପ୍ରହାରି ଶ୍ରୀଯୁକ୍ତ ଲାଲାଜି, ଶ୍ରୀଯୁକ୍ତ କୁଶୁମ୍ କୁମାର ଦୃଢ ସଂଗ୍ରାମ କୁ ଏକ ନୂତନ ଦିଗରେ ନୂତନ କାର୍ଯ୍ୟକ୍ରମକୁ ସବୁ ମହଲ ରୁ ପ୍ରେରଣା , ଶୁଭେଛା ଓ ଆଶୀର୍ବାଦ ରେ ସମସ୍ତ କର୍ମକର୍ତ୍ତାଙ୍କ ସହ ପାଳିତ ହୋଇଛି।
