**ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ସ୍ୱତନ୍ତ୍ର ଭୋଟ ତାଲିକା ସଂଶୋଧନ କାର୍ଯ୍ୟକ୍ରମ ରେ ଆପତ୍ତି ଅଭିଯୋଗ ଶୁଣାଣି କରି ନିର୍ଭୁଲ ତାଲିକା ପ୍ରସ୍ତୁତ ଶିବିର ଅନୁଷ୍ଠିତ**
ନୂଆପଡା(ମିଖାଏଲ ନନ୍ଦ) ତା:୧୧.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ସ୍ୱତନ୍ତ୍ର ଭୋଟ ତାଲିକା ସଂଶୋଧନ କାର୍ଯ୍ୟକ୍ରମ ରେ ଆପତ୍ତି ଅଭିଯୋଗ ଶୁଣାଣି କରି ନିର୍ଭୁଲ ତାଲିକା ପ୍ରସ୍ତୁତ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ କୁ ଭୋଟର ଭାଇ ଭଉଣୀ ମାନେ ମଧ୍ୟ ଉପସ୍ଥିତ ରହି ନିଜ ସହଯୋଗ କରି ଆବଶ୍ୟକ କାଗଜାତ ପ୍ରଦାନ କରୁଛନ୍ତି। ବିଏଲ୍ ଓ ମାନେ ଯୋଗ ଦେଇ ସମସ୍ତ ତଥ୍ୟ ସଂଗ୍ରହ କରି ଆବଶ୍ୟକ ମୋବାଇଲ ରେ ଅପଲୋଡ଼ କରି ତାଙ୍କ ତାଲିକା ଭୁକ୍ତ କରିବା ସହ ୨୦୦୨ ମସିହାରେ ଥିବା ତାଲିକା ତଥ୍ୟ ମଧ୍ୟ ପ୍ରଦାନ କରୁଛନ୍ତି। ଆସନ୍ତା ସେପ୍ଟେମ୍ବର୨୧ ତାରିଖ ରେ ଚୂଡ଼ାନ୍ତ ଭୋଟ ତାଲିକା ପ୍ରକାଶ ହେବ। ନାଗରିକ ମାନଙ୍କୁ ମଧ୍ୟ ବିଶେଷ ଅନୁରୋଧ ନିଜ ତଥ୍ୟ ପ୍ରଦାନ କରି ସଠିକ୍ ସୂଚନା ଦେବାକୁ ଆହ୍ୱାନ କରିଛନ୍ତି।
