ବୌଦ୍ଧରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ: ଜିଲ୍ଲାପାଳ ଦେଖାଇଲେ ସବୁଜ ପତାକା, ବିଶାଳ ବାଇକ୍ ଶୋଭାଯାତ୍ରା ସହ ସାମୂହିକ ‘ବନ୍ଦେ ମାତରମ୍’ ଗାନ l
ବୌଦ୍ଧ, ତା ୧୦/୦୮
ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଏବଂ ‘ବନ୍ଦେ ମାତରମ୍’ର ଅମର ଭାବନାକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଏକ ବିଶାଳ ସଚେତନତା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ସବୁଜ ପତାକା ଦେଖାଇ ଏହି ବାଇକ୍ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ବିଶାଳ ବାଇକ୍ ଶୋଭାଯାତ୍ରା ନଗର ପରିକ୍ରମା କରି ଜିଲ୍ଲା ଷ୍ଟାଡିୟମ୍ରେ ପହଞ୍ଚିଥିଲା l ପରେ ଦେଶପ୍ରେମ ବାର୍ତା ନେଇ ଏକ ସାମୂହିକ ‘ବନ୍ଦେ ମାତରମ୍’ ଗାନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ଜାତୀୟ ସଙ୍ଗୀତ ଗାନ ରେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ,ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ବି ଡି ଓ ଯୁଗଳ କିଶୋର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ।ଏହି ସମାରୋହରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ଶିକ୍ଷକ, ଆରକ୍ଷୀ ବାହିନୀ, ଗଣ ମାଧ୍ୟମର ପ୍ରତିନିଧି , ଦେଶପ୍ରେମୀ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଏହାର ଆୟୋଜନ ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ କରିଥିଲେ l
ସୂଚନାଯୋଗ୍ୟ ଯେ ବୌଦ୍ଧ ଜିଲ୍ଲାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ରେ ସକାଳ ୦୮ ଟାରେ ୧୧ ତାରିଖରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଛକରେ ରଙ୍ଗୋଲି ପ୍ରତିଯୋଗିତା, ତା ୧୨ ରେ ସାଇକେଲ ରେଲି,
ତା ୧୪ ରେ ପଦଯାତ୍ରା ଅନୁଷ୍ଠିତ ହେବ l ୧୪ ତାରିଖ ଅପରାହ୍ନରେ ବିଭାଜନ ବିଭୀଷିକା ସ୍ମୃତି ଚାରଣ ହେବ l ସ୍ୱାଧୀନତା ଦିବସରେ ସ୍ଥାନୀୟ ଷ୍ଟାଡିୟମ୍ ରେ ସାମୁହିକ ବନ୍ଦେ ମାତରଂ ଗାନ ହେବ l ସନ୍ଧ୍ୟାରେ ଟାଉନ୍ ହଲ୍ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପୁରଷ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ l
