ଯାଜପୁର /ବିଂଝାରପୁର (ସ୍ମୃତିରେଖା ମଲ୍ଲିକ) ଡାକ୍ତର ଦ୍ଵିତୀୟ ଭଗବାନ। ସେମାନେ ସର୍ବଦା ପୂଜ୍ୟ। ରୋଗ ବଇରାଗ ରେ କଷ୍ଟ ପାଉଥିଲେ ମଣିଷ ଟିଏ ଭଗବାନ କିମ୍ବା ଡାକ୍ତରଙ୍କୁ କଷ୍ଟ ନିବାରଣ ପାଇଁ ପ୍ରାର୍ଥନା କରିଥାଏ। ଜାତୀୟ ଚିକିତ୍ସକ ଦିବସରେ ବିଜେପି ନେତା ଗୌତମ ରାୟ ଡାକ୍ତର ମାନଙ୍କୁ ସାଲ୍ୟୁଟ କରି ଶୁଭ କାମନା କରିଛନ୍ତି। ନଗଦା ନଗଦ ଯାଜପୁର ଜିଲାରେ ଝାଡ଼ା ବାନ୍ତି କାୟା ବିସ୍ତାର କରିଥିଲା। ଡ଼ାକ୍ତର ମାନଙ୍କ ଅକ୍ଲାନ୍ତ ପରିଶ୍ରମ, ଚେଷ୍ଟା ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଏହା ଯଥା ଶୀଘ୍ର ନିୟନ୍ତ୍ରଣକୁ ଅଣା ଯାଇଥିଲା। ମହାନ ଚିକିତ୍ସକ ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଦିନକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଏ ବୋଲି ଶ୍ରୀ ରାୟ କହିବା ସହ ସମାଜରେ ଡାକ୍ତରଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ। ରୋଗୀର ମଙ୍ଗଳ ପାଇଁ ସେମାନଙ୍କ ଜୀବନ ସମର୍ପିତ। ରୋଗର ମୁକ୍ତିଦାତା ଡାକ୍ତର ସତରେ ଦ୍ଵିତୀୟ ଭଗବାନ। ଶ୍ରୀ ରାୟ ଗଣମାଧ୍ୟମକୁ ଏଭଳି କହି ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
