ଓଡ଼ିଶା ସାମ୍ୱାଦିକ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ।
ଗଜପତି ( ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ଓଡ଼ିଶା ସାମ୍ୱାଦିକ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡ଼ିଶା ପ୍ରଦେଶ ର ସମସ୍ତ ଜିଲ୍ଲାରେ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରିବାକୁ ନେଇ ଆହ୍ବାନ ଦିଆ ଯାଇଥିବା ବେଳେ ଗଜପତି ଜିଲ୍ଲାରେ ମଧ୍ଯ ଏହି ଦାବି ପତ୍ର ପ୍ରଦାନ କରାଯାଇ ଥିଲା। ଓଡ଼ିଶା ସରକାର ସମ୍ବାଦିକଙ୍କ ପାଇଁ ରହିଥିବା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କୁ ଆୟୁଷ୍ମାନ ଭାରତ ବିମାରେ ପରିଣତ କରିବା ପାଇଁ ଯୋଜନା କରୁଥିବା ବେଳେ ଓଡ଼ିଶା ସାମ୍ୱାଦିକ ସଂଘ ଏହାର ବିରୋଧ କରି ଓଡ଼ିଶା ସରକାରଙ୍କୁ ଚେତାବନୀ ଦେଇ ଏହି ଦାବି ପତ୍ର ପ୍ରଦାନ କରିଛି। ଏଥି ସହ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରେ ସମ୍ବାଦିକଙ୍କ ମାଆ ବାପାଙ୍କୁ ଅନ୍ତର୍ଭୁକ୍ତ କରିବା ନେଇ ମଧ୍ୟ ଦାବି ରଖିଛି। ଆଜି ଗଜପତି ଜିଲ୍ଲା ଶାଖାର ଅମିତ କୁମାର ପଟ୍ଟନାୟକ ଙ୍କ ନେତୃତ୍ବରେ ଉପଦେଷ୍ଠା ରାଜେନ୍ଦ୍ର କୁମାର ରଥ , ଜି କୁର୍ମା ରେଡ୍ଡୀ, ଏଲ କେ ପାଢ଼ୀଙ୍କ ସହ ଅନ୍ୟ ସଦସ୍ୟ ମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନ ମାଝି ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।
