*ଖଡ଼ିଆଳରେ ପୋଲିସ ପକ୍ଷରୁ ପ୍ରଥମ ରକ୍ତଦାନ ଶିବିର:୧୦୦ ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ*
ନୂଆପଡା( ମିଖାଏଲ ନନ୍ଦ)
ତା-୦୯/୦୮
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସ ପକ୍ଷରୁ ଏକ ମହତ ଜନକଲ୍ୟାଣକାରୀ ପଦକ୍ଷେପ ସ୍ୱରୂପ ପ୍ରଥମ କରି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସମାଜରେ ରକ୍ତର ଅଭାବକୁ ଦୂର କରିବା ଏବଂ ଅମୂଲ୍ୟ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ ପୋଲିସ ବିଭାଗ ପକ୍ଷରୁ ଏହି ସ୍ୱତନ୍ତ୍ର ଶିବିରର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ପ୍ରକାଶ କରିଛନ୍ତି ଯେ, ଏହି ପ୍ରଥମ ରକ୍ତଦାନ ଶିବିରରେ ମୋଟ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି। ବୋଡ଼େନ, ସିନାପାଲି, ବିଭିନ୍ନ ପୋଲିସ ଆରକ୍ଷୀ ଅଧୀକ୍ଷକ ଅମୃତ ପାଲ ସିଂ ପ୍ରକାଶ କରିଛନ୍ତି। ଖଡ଼ିଆଳ ପୋଲିସ ଦ୍ୱାରା ଜିଲ୍ଲାରେ ଥିବା ନାଗରିକଙ୍କ ସମସ୍ତ ପ୍ରକାର ସୁରକ୍ଷା ଦାୟିତ୍ୱ ନେଇଥିବା ବେଳେ ଆବଶ୍ୟକ ଥିବା ରୋଗୀଙ୍କୁ ମଧ୍ୟ ରକ୍ତ ସହାୟତା ଏକ ପ୍ରୟାସ ଅଟେ। ଆଜି ରକ୍ତଦାନ ଶିବିର ରେ ଏସଡିପିଓ ଉପେନ୍ଦ୍ର ପ୍ରଧାନ ଖଡ଼ିଆଳ ଥାନା ଅଧିକାରୀ ସୁମନ୍ତ ନାୟକ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ରକ୍ତଦାନ କାର୍ଯ୍ୟ ରେ ନିଜ ଜୀବନ କୁ ଉସର୍ଗିକୃତ୍ ସେବା ରଚନା ଜୈନ,ସମାଜସେବୀ ସଞ୍ଜୟ୍ ତିୱାରୀ, ସାମ୍ବାଦିକ ଅଜିତ୍ ପଣ୍ଡା ତାଙ୍କ ସ୍ତ୍ରୀ ଗାୟତ୍ରୀ ପଣ୍ଡା ଉଭୟ ସ୍ୱାମୀ ସ୍ତ୍ରୀ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୪୪ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ୧୦୦ ଜଣ ରୁ ଉର୍ଦ୍ଧ ରକ୍ତଦାତା ମାନେ ରକ୍ତଦାନ କରିବା ଅନୁମାନ ଥିବା ଏସ ପି ପ୍ରକାଶ କରିଛନ୍ତି। ବୋଡ଼େନ, ସିନାପାଲି, ବିଭିନ୍ନ ଅନୁଷ୍ଠାନ, ଯୁବ ଗୋଷ୍ଠୀ,ରାଜନୀତିକ ଦଳର କର୍ମୀ, ମହିଳା ସମାଜ ପକ୍ଷରୁ ସାମିଲ।ପୋଲିସ କର୍ମଚାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଓ ସ୍ୱେଚ୍ଛାସେବୀମାନେ ଏହି ଶିବିରରେ ଉତ୍ସାହର ସହ ସାମିଲ ହୋଇ ରକ୍ତଦାନ କରୁଛନ୍ତି।ପୋଲିସର ଏଭଳି ସାମାଜିକ କାର୍ଯ୍ୟ ଏବଂ ମାନବସେବା ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।ଅନୁଷ୍ଠାନ, ଯୁବ ଗୋଷ୍ଠୀ,ରାଜନୀତିକ ଦଳର କର୍ମୀ, ମହିଳା ସମାଜ ପକ୍ଷରୁ ସାମିଲ।
