ସର୍ପାଘାତରେ ଶିଶୁମନ୍ଦିର ଛାତ୍ରଙ୍କ ମୃତ୍ୟୁ
ଆଗରପଡ଼ା,(ନିପ୍ର)ଶୁକ୍ରବାର ଆଗରପଡ଼ା ସରସ୍ଵତୀ ଶିଶୁ ମନ୍ଦିର ଷଷ୍ଠ ଶ୍ରେଣୀ ଛାତ୍ର ପୁଲକିତ୍ ଭଞ୍ଜଦେଓ(୧୨)ଙ୍କର ସର୍ପ ଦଂଶନରେ ମୃତ୍ୟୁ ଘଟିଛି । ସେ ଖେଳଛୁଟି ସମୟରେ ଖେଳୁଥିବା ବେଳେ ସାପ କାମୁଡ଼ି ଥିଲା । ମାତ୍ର ସେ ଏହା ଠିକ୍ ଭାବେ ଜାଣିପାରି ନଥିଲେ । କିଛି ସମୟ ପରେ ହଠାତ ତାଙ୍କ ମୁଣ୍ଡ ଘୁରାଇବା ସହ ଅଚେତ ଅବସ୍ଥାକୁ ଆସିବାରୁ ତୁରନ୍ତ ଆଗରପଡ଼ା ମେଡିକାଲକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ସେହି ଶିଶୁ ମନ୍ଦିର ଗୁରୁମା ଶୁଭଲକ୍ଷ୍ମୀ ସିଂହଙ୍କ ଏକମାତ୍ର ପୁଅ ଓ ସୋସୋ ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ ନିତ୍ୟାନନ୍ଦ ସିଂହଙ୍କ ପୌତ୍ର ଅଟନ୍ତି । ତାଙ୍କ ଅକାଳ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି । ଏହି ଅଘଟଣ ପରେ ଅଭିଭାବକ ମହଲରେ ଭୟ ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
