ଲଗାଣ ବର୍ଷା ରେ ରାଜାବନ୍ଧ ପୋଲ ଉପରେ ପାଣି, ଯାତାୟତ ଠପ
ମୟୁରଭଞ୍ଜ ;- ମୋରଡା,୬/୮ – ଗତ କିଛି ଦିନ ହେବ ଲଗାଣ ବର୍ଷା ହେବା ଫଳରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ବାରିପଦା-ଚିତ୍ରଡା-ଅମର୍ଦା ୬୧ ନମ୍ବର ରାଜ୍ୟ ରାଜପଥର ଚିତ୍ରଡା ରାଜାବନ୍ଧ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ଫଳରେ ଦୀର୍ଘ ସମୟ ଧରି ଉକ୍ତ ପୋଲ ଉପରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି। ପୋଲ ଉପରେ ପାଣିର ସ୍ରୋତ ଅତ୍ୟଧିକ ଥିବାରୁ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ, କୃଷି ବିଭାଗ, ଲ୍ୟାମ୍ପ୍ସ,ଯୋଗାଣ ନିରୀକ୍ଷିକ, ତହସିଲ,ସବ ରେଜିଷ୍ଟ୍ରାର ଅଫିସ, ଭତ୍ତା, ବ୍ଲକ ସମ୍ପ୍ରସାରଣ ଅଧିକାରୀ, ଆଧାର କେନ୍ଦ୍ର, ମତ୍ସ୍ୟ ବିଭାଗ, ଶିଶୁ ସମନ୍ଵୟ ବିଭାଗ,ଉଦ୍ୟାନ ବିଭାଗ ଓ଼ଏଲଏମ,ମିଶନ ଶକ୍ତି କାର୍ଯ୍ୟାଳୟ,ଚିତ୍ରଡା ମହାବିଦ୍ୟାଳୟ ତଥା ଦୈନନ୍ଦିନ କାର୍ଯ୍ୟରେ ବଜାରକୁ ଆସୁଥିବା ଲୋକେ, ଛାତ୍ରୀଛାତ୍ର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି।ଖବର ପାଇ ପୂର୍ତ୍ତ ବିଭାଗ ର ଯନ୍ତ୍ରୀ ସଞ୍ଜୟ କୁମାର ଗିରି ଙ୍କ ତତ୍ୱବଧାନରେ ଏକ ଜେସିବି ସାହାଯ୍ୟ ରେ ପୋଲ ର ଜାମ କୁ ସଫା କରିବା ପରେ ଜଳ ନିଷ୍କାସନ ସ୍ୱାବାଭିକ ହୋଇଥିଲା, ଦୀର୍ଘ ତିନି ଘଣ୍ଟା ଉକ୍ତ ରାସ୍ତା ରେ ଯାତାୟାତ ଠପ ହୋଇଯାଇଥିଲା,ତେବେ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ସମ୍ଭାବନା ରହିଛି।
ମୟୁରଭଞ୍ଜରୁ ମୋନାଳି ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
