ଆବାସ ପାଇବାରୁ ବଞ୍ଚିତ ହିତାଧିକାରୀ ମାନେ ପିଓ ଘର କାଟି ଥିବାନେଇ କଲେ ଅଭିଯୋଗ।
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକରେ ଆବାସ ପାଇବାରୁ ଯୋଗ୍ୟ ହିତାଧିକାରୀମାନେ ବାଦ ପଡୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା। ଏଥିରେ ଯୋଗ୍ୟ ଏବଂ ଗରିବ ହିତାଧିକାରୀମାନେ ଭଙ୍ଗା ଓ ଜରିପାଲ କୁଡ଼ିଆରେ ରହି ମଧ୍ୟ ଘରଖଣ୍ଡେ ପାଇବାରୁ ବଞ୍ଚିତ ହୋଇ ଦୁଦର୍ଶା ଭୋଗୁଥିବା ଅଭିଯୋଗ କରିଛନ୍ତି। ଆଜି ଶଙ୍କରପୁର ପଞ୍ଚାୟତର ପଥରଗଡ଼ାସାହିର ହିତାଧିକାରୀମାନେ ଆବାସ ଗୃହରେ ପ୍ରଥମେ ତାଲିକାରେ ତାଙ୍କ ନାମ ଆସିଥିଲା। ଜୈନିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ତଦନ୍ତ କରି ଯେଉଁ ମାନେ ପାଇବା ଯୋଗ୍ୟ ଗରିବ ଲୋକ ଏହା ଜାଣିବା ପରେ ଯୋଗ୍ୟ ହିତାଧିକାରୀମାନଙ୍କର ଆବାସ ଗୃହ କାଟି ଦେଇଥିବା ଅଭିଯୋଗ ହୋଇଛି ଏବଂ ଗ୍ରାମର ବିଭିନ୍ନ ସାହିରେ ଅସନ୍ତୋଷ ଦେଖା ଦେଇଛି। ସାହି ବାସିନ୍ଦାମାନେ ଆବାସ ଗୃହ ପାଇବା ପାଇଁ ଅଭିଯୋଗ କରିଛନ୍ତି।
ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ ମାନେ କ’ଣ କହୁଛନ୍ତି?
ଶଙ୍କରପୁର ପଞ୍ଚାୟତ ପଥରଗଡା ହରିଜନସାହିରୁ ଗ୍ରାଉଣ୍ଡ ରିପୋର୍ଟ
ସତ କ’ଣ ? ତଦନ୍ତ ସାପେକ୍ଷ!
ଭିଡିଓ ଦେଖନ୍ତୁ। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
