ସହକାରୀ ଯନ୍ତ୍ରୀ ମାର୍କଣ୍ଡ ମାରାଣ୍ଡି ଙ୍କ ଅକାଳ ବିୟୋଗ ମୟୂରଭଞ୍ଜ
ମୟୁରଭଞ୍ଜ ;- ମୋରଡା -4/8 -ମୋରଡ଼ା ବ୍ଲକ ର ପରିମଳ ଓ ପାନୀୟଜଳ ବିଭାଗ ର ସହକାରୀ ଯନ୍ତ୍ରୀ ମାର୍କଣ୍ଡ ମାରାଣ୍ଡି ଙ୍କ ଅକାଳ ବିୟୋଗ ହୋଇଛି, ଶ୍ରୀ ମାରାଣ୍ଡି ଦୀର୍ଘ ଦିନ ଧରି ମୋରଡା ବ୍ଲକ ର ପାନୀୟ ଜଳ ବିଭାଗ ର ସହକାରୀ ଯନ୍ତ୍ରୀ ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିଲେ, କିଛି ମାସ ପୂର୍ବେ ସେ ଜଣ୍ଡିସ ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସତ ହୋଇ ଆସିଥିଲେ, ଏବଂ କାର୍ଯ୍ୟ ରେ ଯୋଗ ଦେଇଥିଲେ, କିନ୍ତୁ ରବିବାର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ରେ ଆଡ଼ମିସନ କରି ଆୟୁଷ ରେ ଚିକିତ୍ସା କରାଯାଉଥିଲା, ଗତ କାଲି ରାତି ଗୋଟାଏ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି, ତାଙ୍କ ଦେହାନ୍ତ ଖବର ପାଇଁ ମୋରଡ଼ା ଅଞ୍ଚଳ ସହିତ ବ୍ଲକ କାର୍ଯ୍ୟାଳୟ ଓ ବାରିପଦା ପରିମଳ ବିଭାଗ ରେ ଶୋକ ର ଛାୟା ଖେଳିଯାଇଛି. ସେ ଜଣେ ମିଷ୍ଟଭାଶି ଓ କର୍ମଠ ଅଧିକାରୀ ଥିଲେ, ତାଙ୍କ ପିତୃ ଗ୍ରାମ ନିକିଚୁଆ ର ଚିଚଳଗାଡ଼ିଆ ରେ, ମୃତ୍ୟୁ ବେଳେ ତାଙ୍କ ପାଖରେ ତାଙ୍କ ଧର୍ମପତ୍ନୀ ଓ ଝିଅ ସହିତ ପରିବାର ଉପସ୍ଥିତ ଥିଲେ, ତାଙ୍କ ଦେହାନ୍ତ ରେ ପରିମଳ ଜଳ ସେଚନ ବିଭାଗ ରେ ଏକ ଶୋକ ସଭା ସହିତ 5ମିନିଟ ନିରବ ପ୍ରାର୍ଥନା କରାଯାଇଛି, ଶ୍ରୀ ମାରାଣ୍ଡି ଙ୍କ ବିୟୋଗ ରେ ମୋରଡା ବିଡ଼ିଓ ଶ୍ରୀ ଅଣାକର ନାୟକ ମଧ୍ୟ୍ୟ ଶୋକ ପ୍ରକାଶ କରିବା ସହିତ କହିଛନ୍ତି ଯେ ତାଙ୍କର ଅକାଳ ବିୟୋଗ ମୋରଡା ବ୍ଲକ ପାଇଁ ଅପୂରଣୀୟ କ୍ଷତି, ଏହି ଅସମୟରେ ତାଙ୍କ ପରବାର ବର୍ଗଙ୍କୁ ଜଗତର ନାଥ ଜଗନ୍ନାଥ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
