ସ୍ଵାମୀ ଅରୁପାନନନ୍ଦ ଡିଗ୍ରୀ କଲେଜ ରେ ପୁଣି ବିଶୃଙ୍ଖଳା।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ସ୍ଵାମୀ ଅରୁପାନନ୍ଦ ଡିଗ୍ରୀ କଲେଜର ନିଲମ୍ବିତ ଅଧ୍ୟକ୍ଷ ଦୟାନିଧି ରାଉତରାୟ ନିଜ କଲେଜ ସହକର୍ମୀ ଅଧ୍ୟାପିକା,ଅଧ୍ୟାପକ ଓ ଶିକ୍ଷାକର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି କିଛି ଦିନ ଜେଲ ଯାଇଥିଲେ। ଜେଲରୁ ଜାମିନରେ ଆସି ଗତ ଶନିବାର ସକାଳୁ ପିଅନ ରବୀନ୍ଦ୍ର ଦାସ ଓ ଦୈତାରି ଜେନାଙ୍କ ଉପସ୍ଥିତିରେ ବଳପୂର୍ବକ ଦୁଇଟି ଆଲମିରା ଖୋଲି ସେଥିରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଦୁଇଟି ବ୍ୟାଗରେ ନେଇଯାଇଥିବା ଦାୟିତ୍ୱରେ ଥିବା ଅଧକ୍ଷ ଭଗବାନ ଦାସ ରଘୁନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନିଲମ୍ବିତ ଅଧ୍ୟକ୍ଷ ରାଉତରାୟଙ୍କ ପାଖରେ ସମସ୍ତ ଚାବି ରହିଥିବା ଓ ଅଦ୍ୟାବଧି ସେ କୌଣସି କାଗଜ ପତ୍ର ନୂତନ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିନଥିବା ନୂତନ ଅଧକ୍ଷ ଦାସ ଏହା ପ୍ରକାଶ କରିଛନ୍ତି।କଲେଜର ପିଅନ ରବୀନ୍ଦ୍ର ଦାସ ଉପଜିଲ୍ଲାପାଳଙ୍କ ନିଲମ୍ବନ ଆଦେଶ ଓ ନୂତନ ଅଧକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ଚିଠି ରାଉତରାୟଙ୍କୁ ପ୍ରଦାନ କରିଥିଲେ ବି ସେ ଏହାକୁ ଗ୍ରହଣ କରିନଥିଲେ। ଜଣେ ନିଲମ୍ବିତ କର୍ମଚାରୀ ନିୟମାନୁଯାୟୀ କଲେଜ ଭିତରକୁ ପ୍ରବେଶ କରିବାର ଅନୁମତି ନଥିବାବେଳେ ପିଅନ ଦ୍ବୟ କଲେଜ ଖୋଲି ସଫାସଫି କରିବା ସମୟରେ ଜୋର ଜବରଦସ୍ତ ଏପରି କରିଥିବା ଦାୟୀତ୍ୱରେ ଥିବା ଅଧକ୍ଷ ଦାସ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିବା ଏବଂ ତଦନ୍ତ ଜାରି ରହିଥିବା ଘଟଣା ଥାନା ଅଧିକାରୀ ପ୍ରେମଜିତ ଦାସ ପ୍ରକାଶ କରିଛନ୍ତି।
