ମାଇ ଭାରତ, କଳାହାଣ୍ଡି ଓ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଳ୍ୟରେ ‘ନଶା ମୁକ୍ତ ଯୁବା ବିକଶିତ ଭାରତ ସଙ୍କଳ୍ପ ଅଭିଯାନ’ ଅନୁଷ୍ଠିତ

ଭବାନୀପାଟଣା, ୨ ଅଗଷ୍ଟ: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମାଇ ଭାରତ, କଳାହାଣ୍ଡି, ରାଷ୍ଟ୍ରୀୟ ସେବା ଯୋଜନା (ଏନ୍ଏସ୍ଏସ୍) ବ୍ୟୁରୋ, ରାଷ୍ଟ୍ରୀୟ କ୍ୟାଡେଟ୍ କୋର୍ (ଏନ୍ସିସି) ଏବଂ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣାର ମିଳିତ ଆନୁକୂଳ୍ୟରେ ‘ନଶା ମୁକ୍ତ ଯୁବା ବିକଶିତ ଭାରତ ସଙ୍କଳ୍ପ ଅଭିଯାନ’ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ଯୁବ ପ୍ରତିନିଧିମାନେ ଯୋଗଦେଇ ନଶାମୁକ୍ତ ସମାଜ ଗଠନ ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ। ଏହି ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଦେଶବ୍ୟାପୀ ଯୁବମାନଙ୍କୁ ସମ୍ବୋଧିତ କରି ନଶାମୁକ୍ତ ଭାରତ ଗଠନରେ ଯୁବପିଢ଼ିର ସକ୍ରିୟ ଭୂମିକା ଉପରେ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଉପ-ପଞ୍ଜିକାର ମେଜର ଜୟଦେବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ଡ଼. ନିବେଦିତା ନାଥ, ରାଷ୍ଟ୍ରୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଜୟନ୍ତ କୁମାର ଦାନସେନା, ମାଇ ଭାରତ, କଳାହାଣ୍ଡିର ଯୁବ ନେତା ସମ୍ଭୁ ବିଶି ଏବଂ ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ଉପସ୍ଥିତ ଥିଲେ। ବକ୍ତାମାନେ ଯୁବ ସମାଜକୁ ନଶାରୁ ଦୂରେଇ ରହିବା, ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା ଏବଂ ବିକଶିତ ଭାରତ ଗଠନରେ ସକ୍ରିୟ ଭାଗୀଦାର ହେବା ପାଇଁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ମାଇ ଭାରତ, କଳାହାଣ୍ଡିର ସ୍ୱେଚ୍ଛାସେବୀ ଦୁର କୈବର୍ତ୍ତ, ମନୋଜ ବାଗ, ଦୀପକ ରଂଜନ ବେହେରା, ନଉକା ବାଗ, ପପୁ ଡୁଙ୍ଗୁରି, ଚୂଳମଣି ମାଝୀ ଏବଂ ଦୁଲ୍ଲଭ ନାଏକ ସକ୍ରିୟ ସହଯୋଗ କରିଥିଲେ। ସେମାନଙ୍କର ନିଷ୍ଠା, ସମନ୍ୱୟ ଓ ପରିଶ୍ରମ ଯୋଗୁଁ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଶେଷରେ ସମସ୍ତ ଅତିଥି, ସ୍ୱେଚ୍ଛାସେବୀ ଓ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଇବା ସହ ନଶାମୁକ୍ତ ଓ ବିକଶିତ ଭାରତ ଗଠନରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା।