ରଗଡ଼ି ସାହି ନିକଟରେ ବୋମା ପଡ଼ିବା ଘଟଣା ସାହି ମହିଳାଙ୍କ ଟାଉନ ଥାନା ଘେରାଉ।
ଢେଙ୍କାନାଳରେ ଦିନକୁ ଦିନ ଅଶାନ୍ତି ବଢ଼ିବାରେ ଲାଗିଛି। ଶାନ୍ତର ଏହି ସହରରେ କିଛି ନା କିଛି ଘଟଣା ଅଘଟଣ ମାନ ଘଟି ଚାଲିଛି। କେତେବେଳେ ବୋମା ପଡ଼ିଲାଣି ତ କେତେବେଳେ ଗୁଳିଗର୍ଜି ଉଠିଲାଣି ଚୋରୀ ଏବଂ ରାହାଜାନୀ ପ୍ରତ୍ୟେକ ଦିନ ଘଟୁଛି। ପୋଲିସ ନିଷ୍କ୍ରିୟ ପାଲଟିଛି। କେତେବେଳେ କେତେ ଜଣଙ୍କୁ ଧରି ଚୁପ୍ ହୋଇଯାଉଛି। ଗତକାଲି ରତିରେ ଢେଙ୍କାନାଳ ସହରର ରଗଡ଼ି ସାହି ନିକଟରେ କିଛି ମୁଖାପିନ୍ଧା ଦୃବୁତ ଆସି ୩ଟି ବୋମା ପକାଇ ଚାଲି ଯାଇଥିଲେ। ୨ ଟି ଫୁଟିଲା ଗୋଟିଏ ଅଫୁଟା ବୋମା ପୋଲିସ ଜବତ କରିଛି। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ନ୍ୟାୟ ପାଇବା ପାଇଁ ରଗଡ଼ି ସାହିର ମହିଳା ମାନେ ଟାଉନ ଥାନା ଘେରାଉ କରିଥିଲେ। ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିବା ପାଇଁ ଦାବୀ କରି ମହିଳାମାନେ ଟାଉନ ଥାନା ଘେରାଉ କରିଥିଲେ। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
