ବନ୍ଧୁତ୍ୱ ଦିବସରେ ୟୁନାଇଟେଡ କ୍ଳବ୍ ୯୯ ନିଆରା ପ୍ରୟାସ ବେଲଗୁଣ୍ଠା ମେଡ଼ିକାଲରେ ରକ୍ତଦାନ ଶିବିର, ୪୨ ୟୁନିଟ୍ ରକ୍ତ ସଂଗ୍ରହ
ବେଲଗୁଣ୍ଠା:୨/୮- -(ଶିବରାମ ଚୌଧୁରୀ )-ଆଜି ବନ୍ଧୁତ୍ଵ ଦିବସ। ବନ୍ଧୁତ୍ଵ ଦିବସର ଶ୍ରେଷ୍ଠ ଉପହାର ସ୍ୱରୂପ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠାର ୧୯୯୯ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ତଥା ‘ୟୁନାଇଟେଡ କ୍ଲବ ୯୯’, ଏବଂ ବେଲଗୁଣ୍ଠା ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏଥିରେ ତନରଡା ୮ମ ବାଟାଲିୟନ ସ୍ୱତନ୍ତ୍ର ଆରକ୍ଷୀ ବାହିନୀର ଡେପୁଟି କମାଣ୍ଡାଣ୍ଟ ଅଜୟ କୁମାର ମୁର୍ମୁ,
ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆତିଶ୍ କୁମାର ସାହୁ, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ାଃ ସବିତା ବେହେରା, କାଉନସିଲର ଏସ୍ ଭାସ୍କର ପାତ୍ର ଓ ଦିବ୍ୟରଞ୍ଜନ ଦାଶ,ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି,ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇ,ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଧି, ବିଶିଷ୍ଟ ସମାଜସେବୀ ଦେବୀପ୍ରସାଦ ପାତ୍ର,ବିପିଏମ୍ ଦୁର୍ଗା ପ୍ରାସାଦ ପଟ୍ଟନାୟକ,ଯୁବ ସମାଜସେବୀ ରାଜୀବ ଲୋଚନ ବେହେରା,ବରିଷ୍ଠ ସାମ୍ବାଦିକ ସୁର୍ଯ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ
