ରେଢ଼ୁଆ ପ୍ରାଥମିକ କୃଷି ସମବାୟ ସମିତି ରେ ସମ୍ପାଦକ ନିଯୁକ୍ତି ପାଇଁ ଦାବି।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢ଼ୁଆ ପ୍ରାଥମିକ କୃଷି ସମବାୟ ସମିତି ରେ ୩ ମାସରୁ ଉର୍ଦ୍ଧ ହେଲାଣି ସମ୍ପାଦକ ଜଣେ ନିଯୁକ୍ତି ହୋଇପାରିନାହିଁ। ଯାହାଦ୍ୱାରା ଅଞ୍ଚଳ ବାସି ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ଚାଷୀ ଚାଷ କାର୍ଯ୍ୟ ପାଇଁ ସାର, ଔଷଧ ବା ଅନ୍ୟାନ୍ୟ ଜିନିଷ ପାଇ ପାରୁନାହାନ୍ତି। ରେଢ଼ୁଆ ପ୍ରାଥମିକ କୃଷି ସମବାୟ ବ୍ୟାଙ୍କ ରେ ହଜାର ହଜାର ଜମାକାରି ରୋଗ, ବୈରାଗ୍ୟ ରେ ପଡିଲେ କିମ୍ୱା କୃଷି କାର୍ଯ୍ୟ କରିବା ନିମନ୍ତେ ବ୍ୟାଙ୍କ ରୁ ଟଙ୍କା ଉଠାଇ ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉ ଥିବାର ଦେଖିବାକୁ ମିଳିଛି। ଏଥି ନିମନ୍ତେ ଜ଼ିଲ୍ଲା କୃଷକ ସଂଗଠନ ପକ୍ଷରୁ ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା, ସମ୍ପାଦକ ବାବାଜୀ ଚରଣ ଜେନା, ଉପ ସଭାପତି ସାରଦା ପ୍ରସାଦ ରାୟ, ଯୁଗ୍ମ ସମ୍ପାଦକ ଅଭୟ ସାମନ୍ତରାୟ, କୋଷାଧକ୍ଷ ସିଦ୍ଧାର୍ଥ ତ୍ରିପାଠୀ, ବିପିନୀ ବିହାରୀ ସ୍ୱାଇଁ ଓ ଅଶୋକ କୁମାର ବେହେରା ପ୍ରମୁଖ ଜ଼ିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରି ତୁରନ୍ତ ସମ୍ପାଦକ ନିଯୁକ୍ତି ନିମନ୍ତେ ଦାବି ଜଣାଇଛନ୍ତି।
