Slug : *ବ୍ରାହ୍ମଣୀ ନଦୀରେ ରେ ଭାସି ଯାଇ ଦୁଇ ସାଙ୍ଗ ନିଖୋଜ* l
Anchor : ଅନୁଗୋଳ ଜିଲ୍ଲା ତାଳଚେର ବ୍ରାହ୍ମଣୀ ନଦୀରେ ରେ ଗାଧୋଉଥିବା ବେଳେ ଭାସି ଗଲେ ଦୁଇ ସାଙ୍ଗ l ଜଣେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ଆଉ ଜଣେ ନିଖୋଜ l ସୂଚନା ମୁତାବକ ତାଳଚେର କାକୁଡି ଗାଧୁଆ ତୁଠ କୁ ତାଳଚେର ଟାଉନ୍ ର କିଛି ଯୁବକ ଗାଧୋଇବା କୁ ଯାଇଥିଲେ l ଆଉ ସେହି ସମୟରେ ବଡ଼ଦାଣ୍ଡ ସାହିର ଓମ୍ ପଟ୍ଟନାୟକ ଓ କାରିଗରପଡା ର ରାହୁଲ ଦାସ ନାମକ ଦୁଇ ସାଙ୍ଗ ପାଣିର ସ୍ରୋତ ରେ ଭାସି ଯାଇଥିଲେ l ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ଦ୍ୱାରା ରାହୁଲ ଉଦ୍ଧାର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଓମ୍ ଏଯାଏ ନିଖୋଜ ଅଛନ୍ତି l ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ପହଞ୍ଚି ନିଖୋଜ ଙ୍କୁ ଖୋଜିବା କାର୍ଯ୍ୟ ଜାରି ରଖିଛି l
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
