ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ଵର ଜିଲ୍ଲା ସମେତ ଅମର୍ଦ୍ଦା ରୋଡ ଓ ବସ୍ତା ବ୍ଲକ ଅଞ୍ଚଳରେ ଘୋଷଯାତ୍ରା ଅବସରରେ ଶୁକ୍ରବାର ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛେରା ପହଁରା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରା ଦେବୀ ରଥାରୁଢ଼ ହୋଇ ମାଉସୀ ମା’ ମନ୍ଦିରରେ ପହଞ୍ଚି ଥିଲେ। ବସ୍ତା ବ୍ଲକ ସମେତ ଅମର୍ଦ୍ଦା ରୋଡ, ବସ୍ତା, ଦରଡା, ମୁକୁଳିଶି, ସିଂଲ, ରୂପସା, ପାଉଁଶକୁଲି, ଲଛମନଖୁଣ୍ଟା, ରାଉତପଡା, ବରୁଣଗଡିଆ, ମଥାନୀ, ରଘୁନାଥପୁର, ନୀଳବାଡ଼ି, ନାଇକୁଡ଼ି, ବ୍ରାହ୍ମଣଦା, କୁଳିଦା ଓ ବିଭିନ୍ନ ଅଞ୍ଚଳରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଜନଗହଳି ଭିତରେ ଧୁମଧାମର ସହିତ ସମାପନ ହୋଇଥିଲା। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ଥିଲା। ବିଭିନ୍ନ ସ୍ଥାନରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
