*ଭଞ୍ଜଦୂତ ଖବର ର ନିୟୁଜ ପ୍ରସାରଣ ପରେ ଜିଲ୍ଲାପାଳଙ୍କ ତୁରନ୍ତ ପଦକ୍ଷେପ*
ନୂଆପଡା (ମିଖାଏଲ ନନ୍ଦ):
ତା-୩୧/୦୭
ଗଣମାଧ୍ୟମରେ ଖବର ପ୍ରସାରଣ ପରେ ନୂଆପଡା ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ। ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ କୁଶମାଲ ଗ୍ରାମର ବର୍ଷାର ବନ୍ୟା ରେ ଆର.ଡି (RD)ରାସ୍ତା ବିଚ୍ଛିନ୍ନ ହୋଇ ପଡ଼ିରହିଥିବା ରାସ୍ତା ସମସ୍ୟା ପ୍ରତି ଶେଷରେ ପ୍ରଶାସନ ଦୃଷ୍ଟି ଦେଇଛି। ଭଞ୍ଜଦୂତ ଖବର ର ନିୟୁଜ ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରି ଏହାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ, କୁଶମାଲ ଗ୍ରାମର ଏହି ମୁଖ୍ୟ ରାସ୍ତାଟି ବର୍ଷା ବନ୍ୟା ରେ ବିଚ୍ଛିନ୍ନ ହୋଇ ପଡ଼ିଥିବାରୁ ସ୍ଥାନୀୟ ବାସିନ୍ଦା ଏବଂ ଯାତାୟାତ କରୁଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ବିଶେଷ କରି ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ଏବଂ ଛାତ୍ରଛାତ୍ରୀଙ୍କ ସ୍କୁଲ, କଲେଜ ଯିବାରେ ବଡ଼ ବାଧା ସୃଷ୍ଟି ହେଉଥିଲା। ଏହି ଜନସମସ୍ୟା ସମ୍ପର୍କରେ ଗଣମାଧ୍ୟମରେ ବିସ୍ତୃତ ଖବର ପ୍ରସାରଣ କରାଯାଇଥିଲା।
ଭଞ୍ଜଦୂତ ଖବର ର ନିୟୁଜ ପ୍ରସାରଣକୁ ଗମ୍ଭୀରତାର ସହ ନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରିବା ସହ ରାସ୍ତା ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ଏହି ଆଶୁ ପଦକ୍ଷେପ ପାଇଁ କୁଶମାଲ ଗ୍ରାମବାସୀ ଗଣମାଧ୍ୟମ ଓ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।
